ଅପରେସନ ସିନ୍ଦୂର ହୋଇନାହିଁ ଶେଷ; ସେନା ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି

କାନପୁରଗସ୍ତ ସମୟରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିବି କି ଅପରେସନ ସିନ୍ଦୂର ଏବେ ଶେଷ ହୋଇନାହିଁ। ଭାରତ ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି; ମୋଦୀ

୍ୀୗଦସତୗଯ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାନପୁରଗସ୍ତରେ ଅଛନ୍ତି। ଶୁକ୍ରବାର ମୋଦୀ ସେଠାରେ ୪୭,୬୦୦କୋଟିର ୧୭ଟି ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ରେଳବ୍ରିଜ, ଅଗ୍ନିଶମ କେନ୍ଦ୍ର ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ପରିଯୋଜନା ଅନ୍ତର୍ଭୁକ୍ତ ରହିଛି। 

ମୋଦୀ ନିଜ ଭାଷଣରେ ଜନତାଙ୍କୁ ସମ୍ଭୋଧିତ କରି କହିଛନ୍ତି, ‘ଏହି ବିକାଶର କାର୍ଯ୍ୟକ୍ରମ ଏପ୍ରିଲ ୨୪ ତାରିଖରେ ହେବାକୁ ଥିଲା।  କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ମୁଁ କାନୁରଗସ୍ତକୁ ବାତିଲ କରିଥିଲି। କାନପୁରର ପୁଅ ଶୁଭମ ଦ୍ବିବେଦୀ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ପହଲଗାମରେ ପ୍ରାଣ ହରାଇଥିବା ପ୍ରତିଟି ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ଆମେ ଅପରେସନ ସିନ୍ଦୂର ଜରିଆରେ ନେଇଥିଲୁ।

ଯାହାର ପ୍ରମାଣ ପୂରା ଦେଶ ଦେଖିଥିଲା। ପାକିସ୍ତାନ ଭିତରେ ପ୍ରବେଶ କରି ଆମେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରି ଆଖିପିଛୁଳାକେ ସବୁକିଛି ଧ୍ବଂସ କରି ଦେଇଥିଲୁ। ଆମ ଭାରତୀୟ ସେନାର ପରାକ୍ରମ ଦେଖି ପାକିସ୍ତାନ ବାଟବଣା ହୋଇଯାଇଥିଲା। ବାରମ୍ବାର ଯୁଦ୍ଧ ରୋକିବା ପାଇଁ କାକୁତିମୀନତି କରିଥିଲା। 

ପାକିସ୍ତାନକୁ ଚେତାବନୀ ଦେଇ କହିବି କି ଅପରେସନ ସିନ୍ଦୂର ଏବେ ଶେଷ ହୋଇନାହିଁ। ଭାରତ ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି।

ପ୍ରଥମତଃ ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଜବାବ ଦେବ। ତେବେ ଆକ୍ରମଣ ସମୟ, ଶୈଳୀ, ସର୍ତ୍ତ କ’ଣ ରହିବ ତାହା ଆମ ସେନା ସ୍ଥିର କରିବ। 
ସେହିପରି ଦ୍ବିତୀୟରେ ଭାରତ ଏବେ ପରମାଣୁ ବୋମା ଧମକରେ ଭୟଭୀତ ହେବନାହିଁ। ଏହାକୁ ଆଧାର କରି ସେନା ଅନେକ ଜରୁରୀ ନିଷ୍ପତ୍ତି ନେବ।
ଶେଷ ସୂତ୍ରଟି ହେଉଛି, ଭାରତ ଆତଙ୍କବାଦର ମାଲିକ ଏବଂ ଆତଙ୍କବାଦକୁ ପ୍ରଶୟ ଦେଉଥିବା ସରକାରଙ୍କୁ ସମାନ ଦୃଷ୍ଟିରେ ଦେଖିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe