ଓଏସିଡି ସର୍ଭେ ରିପୋର୍ଟ : ମୋଦି ସରକାର ବିଶ୍ୱର ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ

ଓଏସିଡି ସର୍ଭେ ରିପୋର୍ଟ : ମୋଦି ସରକାର ବିଶ୍ୱର ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଶ୍ୱର ସବୁଠୁ ବିଶ୍ୱସନୀୟ ସରକାରଙ୍କ ମଧ୍ୟରେ ଅନ୍ୟତମ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି। ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ସର୍ବେକ୍ଷଣ କରିଥିବା ଆର୍ଥିକ ସହଯୋଗ ଏବଂ ପ୍ରଗତି ସଂଗଠନ(ଓଇସିଡି) ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି। ଓଇସିଡି ବିଚାରରେ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଏବଂ ଇଣ୍ଡୋନେସିଆକୁ ଦ୍ୱିତୀୟ ସ୍ଥାନ ମିଳିଛି।

ଭାରତର ପ୍ରାୟ ତିନି ଚତୁର୍ଥାଂଶ ଦେଶବାସୀ ମୋଦି ସରକାରଙ୍କ ଉପରେ ଭରସା ରଖିଛନ୍ତି ବୋଲି ଓଇସିଡି ରିପୋର୍ଟକୁ ଆଧାର କରି ବିଶ୍ୱ ଅର୍ଥନୈତିକ ମଞ୍ଚ(ଡବ୍ଲ୍ୟୁଇଏଫ୍‌) କହିଛି। ଭାରତରେ ସମ୍ପ୍ରତି ଜାରି ରହିଥିବା ବୁର୍ନୀତି ବିରୋଧୀ ଆଭିମୁଖ୍ୟ ଏବଂ କର ସୁଧାର ନୀତି ଯୋଗୁଁ ଜନସାଧାରଣ ସରକାରଙ୍କ ଉପରେ ଉଚ୍ଚ କୋଟୀର ଭରସା ରଖିଛନ୍ତି ବୋଲି ଡବ୍ଲ୍ୟୁଇଏଫ୍‌ ମତ ଦେଇଛି।ଉଲ୍ଲେଖ ଥାଉ କି, ଓଇସିଡିର ଏହି ସର୍ବେକ୍ଷଣରେ ଦେଶର ଆର୍ଥିକ ସ୍ଥିତି, ରାଜନୈତିକ ଅସ୍ଥିରତା ଏବଂ ଦୁର୍ନୀତି ପ୍ରସଙ୍ଗକୁ ମାପକାଠି ଭାବେ ନିଆଯାଇଥିଲା। ତେବେ ଲୋକଙ୍କ ବିଶ୍ୱାସଭାଜନ ହେବା ଲାଗି ସରକାର ସର୍ବସାଧାରଣ ସେବା ଏବଂ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଦେଶବାସୀଙ୍କ ସର୍ବାଧିକ ବିଶ୍ୱାସ ହରାଇଥିବା ସରକାରଙ୍କ ମଧ୍ୟରେ ଚିଲି, ଫିନ୍‌ଲ୍ୟାଣ୍ଡ୍‌, ଗ୍ରିସ୍‌ ଏବଂ ସ୍ଳୋଭେନିଆ ଆଦି ଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe