ଗଲୱାନ ସଂଘର୍ଷରେ ଆହତ ଯବାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା; ବିଶ୍ବ ଏବେ ତୁମମାନଙ୍କ ସାହସକୁ ବିଶ୍ଳେଷଣ କରୁଛି 

Advertisment
ଗଲୱାନ ସଂଘର୍ଷରେ ଆହତ ଯବାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା; ବିଶ୍ବ ଏବେ ତୁମମାନଙ୍କ ସାହସକୁ ବିଶ୍ଳେଷଣ କରୁଛି 

oneindia

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ହଠାତ ଲେହରେ ପହଞ୍ଚିଥିଲେ। ଏହି ସମୟରେ ସେ ସେଠାରେ ଥିବା ଉଚ୍ଚ ସୈନ୍ୟ ଅଧିକାରୀଙ୍କଠାରୁ ସାଂପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଡିଏସ୍ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ନରୱନେ ଯୋଗ ଦେଇଥିଲେ। ଶାନ୍ତି ପାଇଁ ସାହସିକତା ଏବଂ ସାହସ ଅପରିହାର୍ଯ୍ୟ ବୋଲି ଲେହ ଠାରେ ଯବାନମାନଙ୍କୁ ଉଦ୍‌ବୋଧନ ଦେବା ପରେ ଜୁନ ୧୫ ରାତିରେ ଗଲୱାନ ସଂଘର୍ଷରେ ଆହତ ଯବାନମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେଠାରେ ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୩୦କୋଟି ଦେଶବାସୀ ଆପଣଙ୍କ ପାଇଁ ଗର୍ବିତ ଅନୁଭବ କରୁଛନ୍ତି। ତୁମର ସାହସ ଏବଂ ଶକ୍ତି ଆମର ନୂଆ ପିଢ଼ିକୁ ପ୍ରେରଣା ଦେଉଛି| ଗଲୱାନ ଘାଟିରେ ତୁମେମାନେ ଦେଖାଇଥିବା ସାହାସର ବାର୍ତ୍ତା ସମଗ୍ର ବିଶ୍ୱକୁ ଯାଇଛି | ତୁମେ ଯେପରି ସାହାସର ସହ ଶତ୍ରୁ ଆଗରେ ଠିଆ ହେଲ, ସେ ନେଇ ଏବେ ସାରା ବିଶ୍ବ ଏହି ସାହସୀ କିଏ? ସେମାନଙ୍କର ପ୍ରଶିକ୍ଷଣ କ’ଣ? ସେମାନଙ୍କର ବଳିଦାନ କ’ଣ?  ଜାଣିବାକୁ ଚାହିଁବା ସହ ବିଶ୍ବ ତୁମର ସାହସକୁ ବିଶ୍ଳେଷଣ କରୁଛି | ମୁଁ ତୁମକୁ ଏବଂ ତୁମକୁ ଜନ୍ମ ଦେଇଥିବା ମା ମାନଙ୍କୁ ପ୍ରଣାମ କରୁଛି | ଆଶା କରେ ସମସ୍ତେ ଖୁବ ଶୀଘ୍ର ସୁସ୍ଥ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe