ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋ ହେଉଥିବା ବିଶ୍ୱ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋ ହେଉଥିବା ବିଶ୍ୱ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋ ହେଉଥିବା ବିଶ୍ୱ ନେତା। ଏ ବର୍ଷ ସେ ପୋଷ୍ଟ୍‌ କରିଥିବା ଫଟୋଗୁଡ଼ିକ ମଧ୍ୟରେ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଲାଇକ୍‌ ମଳିଥିବା ଫଟୋଟି ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ ପରେ ମୋଦି ସେମାନଙ୍କୁ ଭେଟିଥିବା ସମୟର ଫଟୋ।

ଇନ୍‌ଷ୍ଟାଗ୍ରାମ୍‌ ଲାଇକ୍‌ରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବା ଫଟୋଟି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର। ତାହା ହେଉଛି ଆକର୍ଷଣୀୟ ତୁଷାରମୟ ଡାଭୋସ୍‌ରେ ମୋଦି ବସ୍‌ ଷ୍ଟପ୍‌ରେ ଠିଆ ହୋଇଥିବାର ଫଟୋ। ସେଠାରେ ସେ ଓ୍ଵାର୍ଲଡ୍‌ ଇକୋନୋମିକ୍‌ ଫୋରମ୍‌-୨୦୧୮ରେ ଯୋଗ ଦେଇଥିଲେ।

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ସଫଳ ନେତା ମଧ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ବର୍ଷ ସେ ପୋଷ୍ଟ୍‌ କରିଥିବା ୮୦ଟିଯାକ ପୋଷ୍ଟ୍‍ ଏବଂ ଭିଡିଓ ଫଟୋ ସେୟାରିଙ୍ଗ୍‌ ଆପ୍‌ରେ ୮୭୩, ୩୦୨ ଇଣ୍ଟର୍‌ଆକ୍ସନ୍‌ ସଂଗ୍ରହ କରିଛି।

ଆନ୍ତର୍ଜାତିକ ଜନସମ୍ପର୍କ ଏବଂ ଯୋଗାଯୋଗ ସଂସ୍ଥାନ ବର୍ସନ୍‌-ମାର୍ସଟେଲର୍‌ ଦ୍ୱାରା ୨୦୧୮ରେ ହୋଇଥିବା ଟ୍ଵିପ୍ଲୋମାସି ଷ୍ଟଡି ସୂତ୍ରରୁ ଏହି ତଥ୍ୟ ମିଳିଛି।

ଅଧ୍ୟୟନ ଅନୁସାରେ ନରେନ୍ଦ୍ର ମୋଦିଙ୍କର ୧୪. ୮ ଫଲୋୟର୍ସ ଥାଇ ସେ ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଇଣ୍ଡୋନେସୀୟ ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe