ତୈଳ ଦର ବୃଦ୍ଧିର ସମାଧାନ ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏହି କାମ କରିବାକୁ କହିଲେ ପ୍ରଧାନମନ୍ତ୍ରୀ

Advertisment
ତୈଳ ଦର ବୃଦ୍ଧିର ସମାଧାନ ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏହି କାମ କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା ସମୟରେ କରୋନା ସ୍ଥିତିର ସମୀକ୍ଷା କରିବା ସହ ତୈଳ ଦର ବୃଦ୍ଧି ନେଇ ସେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେବ ତୈଳ ଦର ବଢ଼ୁଥିବା ବେଳେ ବର୍ଦ୍ଧିତ ଦର ମଧ୍ୟବିତ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ନେଇ ବିରୋଧୀ ଏବଂ ସାଧାରଣ ଲୋକ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟା‌ର୍ଗେଟ କରିଛନ୍ତି।

ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ, ଯେପରି ନଭେମ୍ବର ମାସରେ କେନ୍ଦ୍ର ଅବକାରୀ ଶୁଳ୍କ ହ୍ରାସ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ପେଟ୍ରୋଲ-ଡିଜେଲ, ପିଏନଜି, ସିଏନଜି ମୂଲ୍ୟ ବୃଦ୍ଧିରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଘେରୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭାଟ୍ ହ୍ରାସ କରିବାକୁ ନିବେଦନ କରିଛନ୍ତି। ଏବେ ସମାଲୋଚନା କରୁଥିବା ବିରୋଧୀ କ’ଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।

publive-image indiatoday

‌ତେବେ କରୋନା ସ୍ଥିତି ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓମିକ୍ରନ୍‌ ଏବଂ ତା’ର ଉପ-ପ୍ରଜାତି ୟୁରୋପରେ ଯେଉଁ ପ୍ରଳୟକାଣ୍ଡ କଲା ଆମେ ଜାଣିଲେ। ଏହି ସବୁ ଉପ-ପ୍ରଜାତି ଯୋଗୁଁ ଗତ ଅଳ୍ପ କେତେ ମାସ ହେବ ଅନେକ ଦେଶରେ କୋଭିଡ୍‌ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି। ଗତ ଅଳ୍ପ କିଛି ମାସ ପୂର୍ବେ କୋଭିଡ୍‌ ଲହର୍‌ ଆମକୁ ଅନେକ ଶିକ୍ଷା ଦେଇଛି। ଆମେ ଭୟଭୀତ ନ ହୋଇ କୋଭିଡ୍‌ ସହ ଲଢ଼ିଲେ। ଆମେ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅମ୍ଳଜାନ ଯୋଗାଣ ସାମର୍ଥ୍ୟ ସୁଦୃଢ଼ କଲେ। ତୃତୀୟ ଲହର୍‌ ସମୟରେ ପରିସ୍ଥିତି ଅଣାୟତ ହୋଇଥିବା କଥା କୌଣସି ରାଜ୍ୟ ରିପୋର୍ଟ କରିନାହାନ୍ତି। ଏ କ୍ଷେତ୍ରରେ ଆମ ଟିକାକରଣ ଅଭିଯାନ ମଧ୍ୟ ସାହାଯ୍ୟ କରିଛି। ପ୍ରାପ୍ତ ବୟସ୍କ ଜନତାଙ୍କ ମଧ୍ୟରୁ ପ୍ରାୟ ୯୬% କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ୧୫ ବର୍ଷରୁ ଊର୍ଦ୍ଧ୍ବ ୮୫% ତରୁଣ ଦ୍ବିତୀୟ ଡୋଜ୍‌ ଟିକା ନେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe