ପ୍ରଥମ ଅଣ-ଆମେରିକୀୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟୁଇଟରରେ ଅନୁସରଣ କଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

Advertisment
ପ୍ରଥମ ଅଣ-ଆମେରିକୀୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟୁଇଟରରେ ଅନୁସରଣ କଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

zeenews

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ତଥା ମୋଦୀଜୀ କରିଥିବା ସାହାଯ୍ୟ ଓ ସହଯୋଗର ଏକ ବୃହତ ସମର୍ଥନରେ ହ୍ୱାଇଟ ହାଉସ୍ - ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଟୁଇଟରରେ ଅନୁସରଣ କରିବା ଆରମ୍ଭ କରିଛି।

ହ୍ୱାଇଟ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଅନୁସରଣ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରଥମ ଅଣ-ଆମେରିକୀୟ ଭାବେ ଦୁହିଁଙ୍କୁ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଅନୁସରଣ କରିଥିବା ଜଣା ପଡିଛି।

publive-image zeenews

ହ୍ୱାଇଟ ହାଉସ ଟ୍ୱିଟରରେ କେବଳ ୧୯ଟି ଟ୍ୱିଟର ଆକାଉଣ୍ଟ ଅନୁସରଣ କରେ, ଯେଉଁଥିରୁ ପିଏମ ମୋଦୀ ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ଅଣ-ଆମେରିକୀୟ ନେତା ନଥିବା ଜଣା ଯାଇଛି। ହ୍ୱାଇଟ ହାଉସ ଦ୍ୱାରା ଅନୁସରଣ କରାଯାଇଥିବା ଭାରତ କେନ୍ଦ୍ରିକ ହ୍ୟାଣ୍ଡେଲରେ @ନରେନ୍ଦ୍ରମୋଦୀ - ପିଏମ ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ, @ପିଏମ ଇଣ୍ଡିଆ - ଭାରତର ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ହ୍ୟାଣ୍ଡେଲ @ରାଷ୍ଟ୍ରପତିଭବନ - ରାଷ୍ଟ୍ରପତି ଭବନର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ରହିଛି।

ସୂଚନା ମୁତାବକ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ବନ୍ଧୁତା କେତେ ଗଭୀର ତାହା ଟେକ୍ସାସ କିମ୍ବା ଗୁଜୁରାଟରେ ଆୟୋଜିତ କରାଯାଇଥିବା ବଡ ବଡ କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବରେ ଲୋକ ଦେଖି ସାରିଛନ୍ତି | ଏବେ ହ୍ୱାଇଟ ହାଉସ ପକ୍ଷରୁ ଏଭଳି କାମ କରାଯିବ ପରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଦୃଢ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe