ସିଂହ ଛୁଆକୁ ଆଦର କରି କୋଳ‌ରେ ବସାଇ କ୍ଷୀର ପିଆଇଲେ ମୋଦୀ

ଭନତାରାରେ ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିଲୁପ୍ତ ଓ ସଙ୍କଟରେ ଥିବା ପ୍ରାଣୀମାନଙ୍କର ଆବାସସ୍ଥଳ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଭନତାରାରେ ବିତାଇଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
ତିକ୍ି୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭନତାରାରେ ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିଲୁପ୍ତ ଓ ସଙ୍କଟରେ ଥିବା ପ୍ରାଣୀମାନଙ୍କର ଆବାସସ୍ଥଳ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଭନତାରାରେ ବିତାଇଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।

ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏସିଆର ସିଂହ, ଧଳା ସିଂହ, ଚିତାବାଘ ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀମାନଙ୍କ ଛୁଆଙ୍କ ସହିତ ଖେଳୁଥିବାର ଦେଖିବାକୁ ମିଳୁଛି।  ଏଥିସହିତ ମୋଦୀ ଏକ ଧଳା ରଙ୍ଗର ସିଂହ ଛୁଆକୁ କ୍ଷୀର ପିଆଉଥିବା ବି ଭିଡିଓରେ ନଜର ଆସୁଛି।  ଏହି ଧଳା ସିଂହ ଛୁଆଟି ଭନତାରାରେ ଜନ୍ମ ହୋଇଥିଲା। ସିଂହ ଛୁଆଟିର ମାଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭାନତାରାକୁ ଅଣାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଭନତାରାରେ ଅବସ୍ଥିତ ବନ୍ୟପ୍ରାଣୀ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ସେଠାରେ ବନ୍ୟପ୍ରାଣୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଠାରେ ପ୍ରାଣୀମାନଙ୍କ ପାଇଁ ଏମଆରଆଇ, ସିଟି ସ୍କାନ, ଆଇସିୟୁ ଇତ୍ୟାଦିର ବ୍ୟବସ୍ଥା ଅଛି। 

ଏହାସହିତ ବନ୍ୟପ୍ରାଣୀ ହସ୍ପିଟାଲରେଆନାସ୍ଥେସିଆ, ହୃଦରୋଗ, ନେଫ୍ରୋଲୋଜି, ଏଣ୍ଡୋସ୍କୋପି ଏବଂ ଦନ୍ତ ଚିକିତ୍ସା ସମେତ ପ୍ରାୟ ପ୍ରତ୍ୟେକ ବିଭାଗ ଅଛି। 

ମୋଦୀ ତାଙ୍କ ଗସ୍ତ ସମୟରେ ହସ୍ପିଟାଲର ଏମଆରଆଇ ରୁମ୍ ମଧ୍ୟ ପରିଦର୍ଶନ କରିଥିଲେ। ସେ ସମୟରେ ସେଠାରେ ଏକ ଏସୀୟ ସିଂହର ଏମଆରଆଇ କରାଯାଉଥିବା ବେଳେ ଅପରେସନ ଥିଏଟରରେ ଏକ ଚିତାବାଘର ଅସ୍ତ୍ରୋପଚାର କରାଯାଉଥିଲା। ଏହି ଚିତାବାଘ ଏକ କାର ସହିତ ଧକ୍କା ଖାଇ ଆହତ ‌ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe