କୋଭିଡ୍-୧୯ ସଂକଟ ବିରୋଧରେ ମିଳିତ ସଂଗ୍ରାମ ପାଇଁ ଅଧିକ ଶକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ପ୍ରାର୍ଥନା

Advertisment
ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

Image Courtesy of The Hindu

ନୂଆଦିଲ୍ଲୀ: ସମ୍ପ୍ରତି ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ କରୋନାଭାଇରସ୍ ବିପତ୍ତି ସହ ସଂଗ୍ରାମ କରିବା ନିମନ୍ତେ ସାମର୍ଥ୍ୟ ଦେବାକୁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି।


ଆଜି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ ପାଳନ ହେଉଥିବା କେତେକ ପର୍ବପର୍ବାଣି ଉପଲକ୍ଷେ ସମଗ୍ର ଭାରତବାସୀଙ୍କୁ ଅଭିନନ୍ଦନ। ଏହି ପର୍ବପର୍ବାଣୀ ଭାରତରେ ଭ୍ରାତୃଭାବର ଉଚ୍ଛ୍ବାସକୁ ଗଭୀରତର କରୁ। ଆନନ୍ଦ ଓ ସୁସ୍ବାସ୍ଥ୍ୟ ପ୍ରଦାନ କରୁ। ଆଗକୁ କୋଭିଡ୍-୧୯ ବିରୋଧରେ ମିଳିତଭାବେ ସଂଗ୍ରାମ କରିବାକୁ ଆମେ ଅଧିକ ସାମର୍ଥ୍ୟ ଲାଭ କରୁ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଆଜି ୨୧ ଦିନିଆ ଲକ୍‌ଡାଉନ୍‌ର ଶେଷ ଦିନ ହୋଇଥିବା ବେଳେ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅଭିଭାଷଣ ପ୍ରଦାନ କରିବେ। ଏଥିରେ ସେ କୋଭିଡ୍-୧୯ ସଂକଟ ସଂକ୍ରାନ୍ତରେ ଆଗକୁ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ବାର୍ତ୍ତା ଦେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe