ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

Advertisment
ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

Image Source: Zee News

ନୂଆଦିଲ୍ଲୀ: ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି: ମହାଶିବରାତ୍ରୀର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଭଗବାନ ଶିବ ଦେଶବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ମହାଶିବରାତ୍ରୀ ଲାଗି ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା। ବାବା ଭୋଳାନାଥଙ୍କ ଆଶୀର୍ବାଦରୁ ଦେଶବାସୀଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସୌଭାଗ୍ୟ ଆସୁ। ଓଁ ନମଃ ଶିବାୟ!

ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ମହାଶିବରାତ୍ରୀରେ ଭକ୍ତମାନେ ଉପବାସ ରହିବା ସହ ଧାର୍ମିକ ନୀତିନିୟମ ପାଳନ କରୁଛନ୍ତି। ଲୋକବିଶ୍ୱାସ ଅନୁସାରେ, ଏହି ଦିନ ଭୋଳାଶଙ୍କରଙ୍କୁ ତୁଷ୍ଟ କଲେ ଗତଜନ୍ମର ପାପକ୍ଷୟ ହୁଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe