ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହେ ଟଙ୍କିଆ ମୁଦ୍ରାର ଶୁଭ ଉନ୍ମୋଚନ କରିଛନ୍ତି।

publive-image

ସ୍ୱର୍ଗତ ବାଜପେୟୀ ଗତ ଅଗଷ୍ଟ ମାସରେ ପରଲୋକ ଗମନ କରିଥିଲେ। ତାଙ୍କ ୯୪ତମ ଜନ୍ମ ଦିନ ଅବ୍ୟବହିତ ପୂର୍ବରୁ ଏହି ମୁଦ୍ରା ଉନ୍ମୋଚନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ଅଟଳଜୀ ଆମ ଗହଣରେ ଆଉ ନାହାଁନ୍ତି, ଏହା ଏବେ ବି ମନ ବିଶ୍ୱାସ କରିବାକୁ ରାଜି ନୁହେଁ। ଅଟଳଜୀ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ। ଏପର୍ଯ୍ୟନ୍ତ ଭାରତରେ ଜନ୍ମିତ ସୁବକ୍ତାମାନଙ୍କ ମଧ୍ୟରେ ଅଟଳଜୀ ଅତୁଳନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଅଟଳଜୀ ଯେଉଁ ଦଳ ଗଢ଼ିଥିଲେ, ସେହି ଦଳ ଆଜି ଦେଶର ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇ ପାରିଛି। ଆଉ ଅଟଳଜୀଙ୍କ ସହିତ କାର୍ଯ୍ୟ କରିଥିବା ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ସୌଭାଗ୍ୟବାନ ବୋଳି ଶ୍ରୀ ମୋଦି କହିଛନ୍ତି।
ଏହି ମୁଦ୍ରା ଉନ୍ମୋଚନ ଉତ୍ସବରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe