ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ ‘କୋଲ୍‌କାତା ପୋର୍ଟ’ର ପୁନଃନାମକରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ ‘କୋଲ୍‌କାତା ପୋର୍ଟ’ର ପୁନଃନାମକରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Source: Hindustan Times

କୋଲ୍‌କାତା: ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ସଭାପତି ଡକ୍ଟର୍‌ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଲ୍‌କାତା ପୋର୍ଟ’ର ପୁନଃନାମକରଣ କରିଛନ୍ତି।

‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ର ୧୫୦ତମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଭରପୂର ଜନତାଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଏ କଥା ଘୋଷଣା କରିଛନ୍ତି।

ସେ କହିଲେ: ବଙ୍ଗ ଏବଂ ‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ଆଜି ଦିନଟି ମହତ୍ତ୍ୱପୂର୍ଣ୍ଣ। ଏହା ହେଉଛି ଗୋଟାଏ ଐତିହାସିକ ବନ୍ଦର। ଏହି ବନ୍ଦର ଭାରତର ସ୍ୱାଧୀନତା ପ୍ରାପ୍ତି ଓ ତା’ର ବିକାଶ ଦେଖିଛି। ଏବେ ଏହାକୁ ‘ଡକ୍ଟର୍‌ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର’ କୁହାଯିବ।

publive-image Image Source: One India

ଏହି ବନ୍ଦର ଭାରତର ଶିଳ୍ପ, ଅଧ୍ୟତ୍ମିକତା ଏବଂ ଆତ୍ମନିର୍ଭରଶୀଳ ଆକାଙ୍‌କ୍ଷାର ପ୍ରତିନିଧିତ୍ୱ କରୁଛି। ଆଜି ଏହି ବନ୍ଦର ତା’ର ୧୫୦ତମ ବାର୍ଷିକୀ ପାଳନ କରୁଥିବାଳେ ଏହାକୁ ନବ ଭାରତର ଶକ୍ତିଶାଳୀ ସଙ୍କେତ କରିବା ଆମର ଦାୟିତ୍ୱ।

କିନ୍ତୁ, ରାଜ୍ୟରେ ’ସିଏଏ’ ପ୍ରତିବାଦରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି।

‘ସିଏଏ’ କୌଣସି ଭାରତୀୟ ନାଗରିକମାନଙ୍କ ସ୍ୱାର୍ଥ ପ୍ରତି କ୍ଷତିକାରକ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଆଜି କୋଲ୍‌କାତାରେ ଏହା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe