ବାରଣାସୀରେ ମୋର ଅନେକ ପ୍ରତିଯୋଗୀ ଅଛନ୍ତି ହେଲେ ଜଣେ ହେଲେ ପ୍ରତିନ୍ଦ୍ୱନ୍ଦ୍ୱୀ ନାହାନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ବାରଣାସୀରେ ମୋର ଅନେକ ପ୍ରତିଯୋଗୀ ଅଛନ୍ତି ହେଲେ ଜଣେ ହେଲେ ପ୍ରତିନ୍ଦ୍ୱନ୍ଦ୍ୱୀ ନାହାନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

(Photo: Bandeep Singh/India Today)

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଆଜ୍‌ ତକ୍‌’ଙ୍କୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ବାରଣାସୀରେ ତାଙ୍କର କେହି ହେଲେ ପ୍ରତିନ୍ଦ୍ୱନ୍ଦ୍ୱୀ ନାହାନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ ବାରଣାସୀରେ ତାଙ୍କର ଅନେକ ପ୍ରତିଯୋଗୀ ଅଛନ୍ତି ମାତ୍ର ପ୍ରତିଦ୍ୱନ୍ଦ୍ୱୀ ଜଣେ ହେଲେ ନାହାନ୍ତି।

ବାରଣାସୀରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ମୈଦାନ ଛାଡ଼ିବା ଓ କୌଣସି ଟାଣୁଆ ପ୍ରତିଦ୍ୱନ୍ଦ୍ୱୀ ତାଙ୍କ ବିରୋଧରେ ନିର୍ବାଚନ ନ ଲଢୁଥିବା ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମୋଦୀ କହିଛନ୍ତି, ‘ଗୋଟିଏ ଦଳ ୨/୩ ଜଣଙ୍କୁ ଏକା ଥରକେ ଛିଡ଼ା କରାଇ ପାରିବ ନାହିଁ। ଏକ ଦଳ ଜଣେ ମାତ୍ର ପ୍ରାର୍ଥୀ ଦେଇପାରିବ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ୨୦୧୪ ମସିହାରେ ଆମ୍‌ ଆଦ୍‌ମୀ ପାଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ମୋଦୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ ଓ ଖୁବ୍‌ ଶୋଚନୀୟ ଭାବେ ହାରିଥିଲେ। ଏଥର ମୋଦୀଙ୍କ ବିପକ୍ଷରେ ବାରଣାସୀରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe