ରାଜ୍ୟସଭା ହେଉଛି ଭାରତୀୟ ସଂଘୀୟ ଢାଞ୍ଚାର ଆତ୍ମା: ପ୍ରଧାନମନ୍ତ୍ରୀ ମୋଦୀ

ରାଜ୍ୟସଭା ହେଉଛି ଭାରତୀୟ ସଂଘୀୟ ଢାଞ୍ଚାର ଆତ୍ମା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ୨୫୦ ତମ ଅଧିବେଶନରେ ରାଜ୍ୟସଭା ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ରାଜ୍ୟସଭାର ସଦସ୍ୟମାନଙ୍କୁ ସମ୍ବୋଧନ କରି କହିଛନ୍ତି କି  ରାଜ୍ୟସଭାର ୨୫୦ ତମ ଅଧିବେଶନରେ ଉପସ୍ଥିତ ରହିଥିବାରୁ ସେ ନିଜକୁ ମହାନ ଅନୁଭବ କରୁଛନ୍ତି। ରାଜ୍ୟସଭା ସଦସ୍ୟ ହିସାବରେ ନିଜେ ଗର୍ବିତ ଥିବା କହିିଛନ୍ତି ବୋଦୀ। ଏହା ଭିତରେ ଅନେକ ବର୍ଷ ବିିତିଯାଇଛି। ସେହି ବର୍ଷଗୁଡ଼ିକ କେବଳ ସମୟ ନୁହେଁ, ଏକ ଲମ୍ବା ଯାତ୍ରା ବୋଲି ସେ କହିିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ବି କହିଛନ୍ତି ଯେ ‘ଅନେକ ଐତିହାସିକ ମୁହୂତ୍ତର୍କୁ ରାଜ୍ୟସଭା ଦେଖିଛି।  ଏହି ବିଗତ ବର୍ଷଗୁଡ଼ିକରେ  ସଂସଦର ଏହି  ବରିଷ୍ଠ ଗୃହରେ ଅନେକ ବିଲ୍‌ ପାସ୍‌ ହୋଇ ଆଇନର ମାନ୍ୟତା ଲାଭ କରିଛି।  ଜିଏସ୍‌ଟି ରାଜ୍ୟସଭାରେ ପାସ୍‌ ହେବା ପରେ ଯାଇ କାର୍ଯ୍ୟକାରୀ ହୋଇଥିଲା  । ଧାରା ୩୭୦ ଉଚ୍ଛେଦ ସଂପର୍କରେ ବିଲ୍‌ ପାସ୍‌ ହେବା ନେଇ ରାଜ୍ୟସଭାର ଗୁରୁତ୍ବ ଆମେ କେବ‌େ ବି ଭୁଲିପାରିବା ନାହିଁ। ଭାରତର ବିକାଶ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଗୃହ ହୋଇ ରହିଛି ଓ ରହିବ। ଏହା ‘ସେକେଣ୍ଡ୍‌ ହାଉସ୍’  ହୋଇପାରେ କିନ୍ତୁ ’ସେକେଣ୍ଡାରି ହାଉସ୍’ ନୁହେଁ। ଭାରତୀୟ ସଂଘୀୟ ଢାଞ୍ଚାର ରାଜ୍ୟସଭା ଆତ୍ମା ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe