ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ କରିବାର ଅବସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ କରିବାର ଅବସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of NDTV

ନୂଆଦିଲ୍ଲୀ: ଆଜି ସକାଳେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଲେ ଯେ, ତାଙ୍କ ଗସ୍ତ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ସହ ସାମଗ୍ରିକ ସମ୍ପର୍କ ନିବିଡ଼ କରିବା ସହ ଜାପାନ ଓ ଅଷ୍ଟ୍ରେଲିଆ ସହ ଥିବା ସମ୍ପର୍କକୁ ମଜ୍‌ଭୁତ୍ କରିବ।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପ୍ରଥମ ପ୍ରତ୍ୟକ୍ଷ ‘କ୍ବାଡ୍‌ ନେତୃମଣ୍ଡଳୀଙ୍କ ଶିଖର ସମ୍ମିଳନୀ’ରେ ଯୋଗଦେବା ସହ ଏବର୍ଷ ପ୍ରାରମ୍ଭରେ କ୍ଷମତାସୀନ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେପ୍ଟେମ୍ବର ୨୨ ରୁ ୨୫ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ମୁଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ‘ଇଣ୍ଡିଆ-ୟୁଏସ୍‌ କମ୍ପ୍ରେହେନ୍ସିଭ୍‌ ଗ୍ଲୋବାଲ୍‌ଷ୍ଟ୍ରାଟେଜିକ୍‌ ପାର୍ଟନର୍‌ସିପ୍‌’ର ସମୀକ୍ଷା କରିବା ସହ ପାରସ୍ପାରିକ ସ୍ବାର୍ଥବିଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ବିକ ସମସ୍ୟା ପ୍ରସଙ୍ଗରେ ମତବିନିମୟ କରିବି।

publive-image Image Courtesy of The Indian Express

ବୁଧବାର ଦିନ ରିଲିଜ୍‌ ହୋଇଥିବା ବିବୃତିରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍‌, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କ ସହ ସେ ‘କ୍ବାଡ୍‌ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ମାର୍ଚ ମାସରେ ଅନୁଷ୍ଠିତ ହୋଇଥିବା ‘ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀ’ର ଫଳାଫଳ ସମୀକ୍ଷା କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଆମ୍ଭମାନଙ୍କ ମତାମତକୁ ଆଧାର କରି ପ୍ରମୁଖ ଭବିଷ୍ୟତ କାର୍ଯ୍ୟପନ୍ଥାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ସୁଯୋଗ ଆଣିଛି।

ଜାତିସଂଘର ସାଧାରଣ ପରିଷଦ୍‌ ଅଧିବେଶନରେ ଉଦ୍‌ବ‌ୋଧନ ଦେଇ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଶେଷ କରିବେ। ଏଥିରେ ସେ କରୋନାଭାଇରସ୍‌ ମହାମାରୀ, ଆତଙ୍କବାଦ ବିପକ୍ଷରେ ସଂଗ୍ରାମ କରିବାର ଆବଶ୍ୟକତା ଏବଂ ଜଳବାୟୁ ପରିବର୍ତ୍ତନ ସମେତ ଆଜିର ବିଶ୍ବ ସମ୍ମୁଖୀନ ହେଉଥିବା ଆହ୍ବାନ ଉପରେ ଆଲୋକପାତ କରିବେ।

ଏହାବ୍ୟତିରେକେ, ସେ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସହଯୋଗିତା ପ୍ରସଙ୍ଗରେ ଆଲୋଚନା କରିବେ ବ‌ୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଯାଇଥିବା ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe