ମା’ଙ୍କ ମୃତ୍ୟୁ ପରେ ଅକ୍ଷୟଙ୍କ ପାଖକୁ ଏଭଳି କଥା କହି ଚିଠି ଲେଖିଲେ ମୋଦୀ

ମା’ଙ୍କ ମୃତ୍ୟୁ ପରେ ଅକ୍ଷୟଙ୍କ ପାଖକୁ ଏଭଳି କଥା କହି ଚିଠି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ମା’ଙ୍କ ସେପ୍ଟେମ୍ବର ୮ ତାରିଖରେ ପରଲୋକ ହୋଇଯାଇଥିଲା। ଏହି ଖବର ପାଇବା ପରେ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଥିଲା। ମା’ଙ୍କୁ ହରାଇବାର ଦୁଃଖ ସହିବାକୁ ଅକ୍ଷୟଙ୍କୁ ଶକ୍ତି ଦେବା ପାଇଁ ପ୍ରଶଂସକ ଭଗବାନଙ୍କ ନିକଟରେ ଗୁହାରି କରିଥିଲେ। ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଅକ୍ଷୟ କୁମାରଙ୍କୁ ଶୋକ ସମ୍ବାଦ ପଠାଇଥିଲେ।

After the death of his mother, PM Narendra Modi sent a condolence message to Akshay Kumar, wrote- 'It would have been better if I never wrote such a letter..' - 12/09/2021 AnyTV News

ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଶୋକ ସମ୍ବାଦ ନିଜ ପ୍ରଶଂସକଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଚିଠିର ଆରମ୍ଭରେ ଲେଖାଯାଇଛି, ମୋର ପ୍ରିୟ ଅକ୍ଷୟ, ଏହା ସବୁଠାରୁ ଭଲ ହୋଇଥାଆନ୍ତା କି ମୁଁ ଏଭଳି ଚିଠି କେବେ ଲେଖି ନଥାଆନ୍ତି। ଏକ ଆଦାର୍ଶ ଦୁନିଆରେ ଏମିତି ସମୟ କେବେ ବି ଆସିବା ଉଚିତ ନୁହେଁ। ଆପଣଙ୍କ ମା’ ଅରୁଣା ଭାଟିଆଙ୍କ ପରଲୋକ ଖବର ଶୁଣି ମୋତେ ବହୁତ ଦୁଃଖ ଲାଗିଥିଲା।

କେବଳ ଏତିକି ନୁହେଁ, ଏହି ଚିଠିରେ ମୋଦୀ ଅକ୍ଷୟଙ୍କ ସଂଘର୍ଷ ବିଷୟରେ ବି ଉଲ୍ଲେଖ କରିଛନ୍ତି।

ମୋଦୀ ଲେଖିଛନ୍ତି, ଆପଣ ବହୁତ ପରିଶ୍ରମ ଓ ସଂଘର୍ଷ କରିବା ପରେ ସଫଳତାର ସ୍ବାଦ ଚାଖିଛନ୍ତି। ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ କରି ଆପଣଙ୍କ ନାମ ଉଚ୍ଚା କରିଛନ୍ତି। ଆପଣଙ୍କ କ୍ୟାରିୟର ଆରମ୍ଭରେ ଅନେକ ଲୋକ ବିଭିନ୍ନ ପ୍ରକାର କଥା କହିଥିବେ। କିନ୍ତୁ ମୋର ବିଶ୍ବାସ କି ଆପଣଙ୍କ ମା’ ଆପଣଙ୍କ ଶକ୍ତି ହୋଇ ଛିଡ଼ା ହୋଇଥିବେ। ଆପଣ ପ୍ରତ୍ୟେକ ସମୟରେ ଦୟାଲୁ ଓ ବିନମ୍ର ହୋଇ ରହିଥାଆନ୍ତି।

ଉତ୍ତରରେ ଅକ୍ଷୟ କୁମାର ଲେଖିଛନ୍ତି, ମା’ଙ୍କ ପରଲୋକ ପରେ ମିଳିଥିବା ଆପଣମାନଙ୍କ ଶୋକ ସମ୍ବାଦ ପାଇ ମୁଁ ସମସ୍ତଙ୍କ ପାଖରେ ଋଣୀ। ମୋ ପାଇଁ ଓ ‌ମୋ ସ୍ବର୍ଗତଃ ମାତା-ପିତାଙ୍କ ପାଇଁ ସମୟ ବାହାର କରିଥିବା ସହିତ ନିଜର ଭାବନାକୁ ବ୍ୟକ୍ତ କରିଥିବାରୁ ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe