ବନ୍ୟା ପରିସ୍ଥିତି ବି‌ଷୟରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ବନ୍ୟା ପରିସ୍ଥିତି ବି‌ଷୟରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of India Today

ଗୌହାଟି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପରିସ୍ଥିତି ବି‌ଷୟରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ଙ୍କ ସହ ଫୋନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ ରାଜ୍ୟରେ କୋଭିଡ୍-୧୯ଜନିତ ପରିସ୍ଥିତି ଏବଂ ଅଏଲ୍ ଇଣ୍ଡିଆର ବାଘଜାନ ବାଷ୍ପକୂପରେ ଜଳୁଥିବା ନିଆଁ ଲିଭାଇବା ପ୍ରସଙ୍ଗରେ ବି ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ଆସାମବାସୀଙ୍କ ପ୍ରତି ନିଜର ଚିନ୍ତା ଓ ସମବେଦନା ଜଣାଇ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଜଣାଇଛନ୍ତି।

publive-image Image Courtesy of Zee News

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳର ଜଣେ ଅଧିକାରୀ କହିଛନ୍ତି ଯେ, ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ମୁକାବିଲା ପାଇଁ ରାଜ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୋନୋୱାଲ୍ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଆସାମରେ ଏ ବର୍ଷର ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୭ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରୁ ୮୧ଜଣ ବନ୍ୟାଜନିତ ଘଟଣାରେ ପ୍ରାଣ ହରାଇଥିବା ବେଳେ ୨୬ଜଣ ଭୂସ୍ଖଳନ କାରଣରୁ ମୃତ୍ୟୁ ବରଣ କରିଛନ୍ତି।

ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଆସମର ୩୩ଟି ଜିଲ୍ଲାରୁ ୨୬ଟି ଜିଲ୍ଲାର ୨୭ ଜନତା ପ୍ରଭାବିତ ହୋଇଛନ୍ତି। ଶହ ଶହ ଘରଦ୍ବାର, ରାସ୍ତା ଓ ସେତୁ ଏବଂ ଫସଲ ବନ୍ୟାରେ ନଷ୍ଟ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe