Narendra Modi: ଶିଖ୍ ସମ୍ପ୍ରଦାୟ ପ୍ରତି କଂଗ୍ରେସର ଘୃଣା ମନୋଭାବ ରହିଛି: ପ୍ରଧାନମନ୍ତ୍ରୀ ମୋଦୀ

Advertisment

ରାଜ୍ୟସଭାରେ ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ମନରେ ଶିଖ୍ ସମ୍ପ୍ରଦାୟ ପ୍ରତି ଗଭୀର ଘୃଣା ଭରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜ୍ୟସଭାରେ ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ମନରେ ଶିଖ୍ ସମ୍ପ୍ରଦାୟ ପ୍ରତି ଗଭୀର ଘୃଣା ଭରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

05bbs_96_05022026_112

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ମନରେ ଶିଖ୍ ସମ୍ପ୍ରଦାୟ ପ୍ରତି ଗଭୀର ଘୃଣା ଭରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କୁ ବିଶ୍ବାସଘାତକ ବୋଲି କହିବା ପରେ ଏହାକୁ ନେଇ ଜୋର୍‌ଦାର ବିବାଦ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଗୃହରେ କହିଛନ୍ତି ଯେ ଜଣେ ଶିଖ୍ ସାଂସଦଙ୍କୁ ‘ଗଦ୍ଦାର’ କହିବା କେବଳ ବ୍ୟକ୍ତିଗତ ଆକ୍ରମଣ ନୁହେଁ, ବରଂ ଏହା ସମଗ୍ର ଶିଖ୍ ସମ୍ପ୍ରଦାୟ ଏବଂ ଶିଖ୍ ଗୁରୁମାନଙ୍କ ପ୍ରତି ଅପମାନ। ସେ ପ୍ରଶ୍ନ କରିଛନ୍ତି ଯେ ପୂର୍ବରୁ ଅନେକ ନେତା କଂଗ୍ରେସ ଛାଡ଼ିଛନ୍ତି, କିନ୍ତୁ ରାହୁଲ ଗାନ୍ଧୀ କାହିଁକି କେବଳ ବିଟ୍ଟୁଙ୍କୁ ହିଁ ଟାର୍ଗେଟ କଲେ? ପ୍ରଧାନମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ ଜେଜେବାପା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ବଳିଦାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ପରିବାର ଦେଶର ଅଖଣ୍ଡତା ପାଇଁ ନିଜ ରକ୍ତ ଦେଇଛନ୍ତି, ସେମାନଙ୍କୁ ଗଦ୍ଦାର କହିବା କଂଗ୍ରେସ ଦଳର ଅହଂକାରର ଚରମ ସୀମାକୁ ଦର୍ଶାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ହତାଶାଗ୍ରସ୍ତ ହୋଇ ମୋ ବିରୋଧରେ ‘ମୋଦୀ ତେରି କବର ଖୁଦେଗୀ’ ଭଳି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି। ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି ମୃତ୍ୟୁ କାମନା କରିବା ସେମାନଙ୍କର ବିକୃତ ମନୋଭାବକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିରୋଧୀଙ୍କ ଏଭଳି ସ୍ଲୋଗାନଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ୧୪୦ କୋଟି ଜନତାଙ୍କ ଆଶୀର୍ବାଦ ମୋ ପାଇଁ ଏକ ସୁରକ୍ଷା କବଚ । ଯେତେ ଗାଳି ଦେଲେ ମଧ୍ୟ ଏହି କବଚକୁ କେହି ଭେଦ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ, ବିରୋଧୀମାନେ ଯେତେ ଅଧିକ ଆବର୍ଜନା(ଗାଳି) ଫିଙ୍ଗିବେ, ବିଜେପିର ପ୍ରତୀକ ‘ପଦ୍ମ’ ସେତେ ଅଧିକ ଉଜ୍ଜ୍ୱଳ ହୋଇ ଫୁଟିବ। ମୋଦୀ କହିଛନ୍ତି ଯେ ବିରୋଧୀଙ୍କ ପ୍ରତ୍ୟେକ ଗାଳି ତାଙ୍କୁ ଦେଶ ସେବା କରିବା ପାଇଁ ଅଧିକ ଶକ୍ତି ଓ ପ୍ରେରଣା ଯୋଗାଇଥାଏ। ସେ ସ୍ପଷ୍ଟ କରିଛନ୍ତି ଯେ ଏଭଳି ଧମକ ବା ସ୍ଲୋଗାନ ତାଙ୍କୁ ତାଙ୍କର ବିକାଶ ପଥରୁ ହଟାଇ ପାରିବ ନାହିଁ।

କଂଗ୍ରେସର ସାମଗ୍ରିକ ଶାସନ ଶୈଳୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କଡ଼ା ସମାଲୋଚନାକରିଛନ୍ତି। କଂଗ୍ରେସ ସବୁବେଳେ ଦେଶର ଜନସଂଖ୍ୟାକୁ ଏକ ‘ସମସ୍ୟା’ ଭାବେ ଦେଖିଆସିଛି, କିନ୍ତୁ ବିଜେପି ସରକାର ଏହାକୁ ‘ସମାଧାନ’ ଓ ଶକ୍ତି ଭାବେ ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବ ସରକାର ସମୟରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ବନ୍ଦ ହେବା ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ସେଗୁଡ଼ିକ ରେକର୍ଡ ଲାଭ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Blast In Mines: କୋଇଲା ଖଣିରେ ବଡ଼ଧରଣର ବିସ୍ଫୋରଣ, ୧୬ ଶ୍ରମିକ ମୃତ

ରାଜ୍ୟସଭାରେ ଆଜି ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ସ୍ଲେଗାନ ଜାରି ରଖିଥିଲେ। ଏହାକୁ ନେଇ ମୋଦୀ କହିଥିଲେ ଯେ, କଂଗ୍ରେସ ପାଖରେ ସତ୍ୟ ଶୁଣିବା ପାଇଁ ଧୈର୍ଯ୍ୟ ନାହିଁ। ସେମାନେ ଗଣତନ୍ତ୍ର ବିଷୟରେ ବଡ଼ ବଡ଼ କଥା କୁହନ୍ତି, କିନ୍ତୁ ସଂସଦୀୟ ମର୍ଯ୍ୟାଦା ରକ୍ଷା କରିବାରେ ବିଫଳ ହୁଅନ୍ତି। ଲଗାତାର ସ୍ଲୋଗାନ ଭିତରେ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଟାକ୍ଷ କରି କହିଥିଲେ, ୮୩ ବର୍ଷୀୟ ସାଂସଦ ତାଙ୍କ ବୟସ ହେତୁ ଆସନରେ ବସି ସ୍ଲୋଗାନ ଦେଇପାରନ୍ତି। ଏହାର କିଛି ସମୟ ପରେ ବିରୋଧୀ ଦଳ ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe