ମଙ୍ଗଳବାର ଦିନ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଯୋଗ ଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମଙ୍ଗଳବାର ଦିନ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଯୋଗ ଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of Zee News

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ଶିଖର ବୈଠକରେ ଯୋଗଦେବେ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟଦ୍ବାରା ପ୍ରକାଶିତ ଏକ ବିବୃତିରେ ଉଲ୍ଲେଖ ଅଛି ଯେ, ବହୁମୁଖୀ ଯୋଜନା ସମ୍ବନ୍ଧୀୟ ରାଜିନାମା ତଥା ଆଞ୍ଚଳିକ ଓ ବୈଶ୍ବିକ କ୍ଷେତ୍ରରେ ପାରସ୍ପରିକ ସ୍ବାର୍ଥର ଅଭିବୃଦ୍ଧି କରାଇବାର ସୁଯୋଗ ଥିବାରୁ ଏହି ଭର୍ଚ୍ୟୁଆଲ୍‌ ଶିଖର ବୈଠକକୁ ମହତ୍ତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉଭୟ ନେତା କୋଭିଡ୍‌-୧୯ ସହଯୋଗିତା ଏବଂ ଏହି ମହାମାରୀ ମୁକାବିଲା ନିମନ୍ତେ ବୈଶ୍ବିକ ଉଦ୍ୟମ ସମ୍ବନ୍ଧରେ ଆଲୋଚନା କରିବେ।

publive-image Image Courtesy of India Today

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏହି ଶିଖର ବୈଠକ ସମୟରେ ୨୦୩୦ ନିମନ୍ତେ ଏକ ସାମଗ୍ରିକ ‘ରୋଡ୍‌ମ୍ୟାପ୍‌’ର ଶୁଭାରମ୍ଭ ହେବ। ଏହାଦ୍ବାରା ଆଗାମୀ କେତେ ଦଶନ୍ଧି ଧରି ଦୁଇ ଦେଶର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସହଯୋଗ, ବାଣିଜ୍ୟ ଓ ସମୃଦ୍ଧି, ପ୍ରତିରକ୍ଷା ଓ ନିରାପତ୍ତା, ଜଳବାୟୁ ସଂକ୍ରାନ୍ତ ପଦକ୍ଷେପ ଏବଂ ସ୍ବାସ୍ଥ୍ୟସେବା ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ସହଯୋଗ ପ୍ରଶସ୍ତ ଓ ନିବିଡ଼ ହେବ।

୨୦୦୪ରୁ ଭାରତ ଓ ଇଂଲଣ୍ଡ୍‌ ଏକତ୍ର କାର୍ଯ୍ୟକରି ଅନେକ ଯୋଜନା ନିମନ୍ତେ ସହଯୋଗ ବିକଶିତ କରିଛନ୍ତି। ଅନେକ କ୍ଷେତ୍ରରେ ଉଭୟ ଦେଶ ଉଚ୍ଚସ୍ତରୀୟ ବିନିମୟରେ ଅଂଶଗ୍ରହଣ କରିବା ସହ ବର୍ଦ୍ଧିଷ୍ଣୁ ସମସ୍ୟାର ସମାଧାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe