ଆଜି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ; ସ୍କୁଲ୍‌ କଲେଜ୍‌ କରିବେ ସିଧା ପ୍ରସାରଣ

Advertisment
ଆଜି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ; ସ୍କୁଲ୍‌ କଲେଜ୍‌ କରିବେ  ସିଧା ପ୍ରସାରଣ

Image Source: India Today

ନୂଆଦିଲ୍ଲୀ: ଶାରୀରିକ କାର୍ଯ୍ୟକଳାପ ଏବଂ କ୍ରୀଡ଼ାକୁ ନାଗରିକମାନଙ୍କର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବାକୁ ଗୁରୁବାର ଦିନ ‘ଖେଳ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଆରମ୍ଭ କରିବେ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ଭାଷଣ ଦେବେ ଏବଂ ଅଂଶଗ୍ରହଣକାରୀଙ୍କୁ ଫିଟ୍‌ନେସ୍‌ ଶପଥ ପାଠ କରାଇବେ।

ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଏହି କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରିବ ଦୂରଦର୍ଶନ। ନିରାମୟ ଜୀବନଯାପନ କରିବାକୁ ଫିଟ୍‌ ରହିବାର ଉପକାରିତା ସଂକ୍ରାନ୍ତରେ ସାଧାରଣ ଲୋକଙ୍କୁ ଏହି ଆନ୍ଦୋଳନ ସୂଚନା ପ୍ରଦାନ କରିବ।

publive-image Imae Source: Zee News

‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ରେ ଅଂଶଗ୍ରହଣ କରିବାକୁ ସଦ୍ୟତମ ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ କହିଥିଲେ। ସେ କହିଥିଲେ: ମହିଳା, ପିଲା, ଯୁବ ଓ ବୃଦ୍ଧ ନିର୍ବିଶେଷରେ ଏହି ଅଭିଯାନ ମଜାଦାର ହେବ।

ଆଜି ପ୍ରତ୍ୟେକ ୧୦, ୦୦୦ ପାହୁଣ୍ଡ ଚାଲିବାକୁ ସମସ୍ତ କର୍ମଚାରୀ ଏବଂ ଶିକ୍ଷାର୍ଥୀମାନଙ୍କୁ କହିବାକୁ ଏବଂ ଏହାକୁ ଦୈନନ୍ଦିନ ରୁଟିନ୍‌ରେ ରଖିବାକୁ ବୁଧବାର ଦିନ ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ କହିଛି।

‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ର ଉଦ୍ଘାଟନ କାର୍ଯ୍ୟକ୍ରମ ଦେଖିବାକୁ/ଶୁଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସିବିଏସ୍‌ଇ ତା’ର ଅନୁବନ୍ଧିତ ସ୍କୁଲ୍‌ମାନଙ୍କୁ ନିର୍ଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe