୨୦୦୬ ମସିହାର ଭବିଷ୍ୟବାଣୀ ସତ ହୋଇଛି, ମୋଦୀଙ୍କୁ ଭେଟିବା ପରେ କିଛି ଏଭଳି କହିଲେ ବାଇଡେନ

କରୋନା, ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

୨୦୦୬ ମସିହାର ଭବିଷ୍ୟବାଣୀ ସତ ହୋଇଛି, ମୋଦୀଙ୍କୁ ଭେଟିବା ପରେ କିଛି ଏଭଳି କହିଲେ ବାଇଡେନ

photo-aajtak

ନୂଆଦିଲ୍ଲୀ/ନ୍ୟୁୟର୍କ: ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ରାଷ୍ଟ୍ରପତି ହେବା ପ୍ରଥମ ଥର ପାଇଁ ବାଇଡେନ ଓ ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି | ଆଜି ମୋଦୀ ହ୍ୱାଇଟ ହାଉସରେ ପହଞ୍ଚିବା ପରେ ଜୋ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଜୋ ବାଇଡେନ କହିଥିଲେ ଯେ ମୁଁ ମୋଦୀଙ୍କୁ ବହୁତ ଦିନରୁ ଜାଣିଛି। ମୋଦୀ ହ୍ୱାଇଟହାଉସ ଆସୁଥିବା ଜାଣି ସେ ବହୁତ ଖୁସି। ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ପାଇଁ ଆପଣଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରେରଣାଦାୟକ। ସୂଚନା ମୁତାବକ ଦୁଇ ନେତାଙ୍କ ମଧ୍ୟରେପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ଚାଲିଥିଲା।

ଏହି ବୈଠକ ପରେ ବାଇଡେନ କହିଛନ୍ତି ଯେ ଆମକୁ ମହାତ୍ମା ଗାନ୍ଧୀଙ୍କ ମୂଲ୍ୟବୋଧ ମନେ ରଖିବାକୁ ହେବ। ଆମକୁ ଅହିଂସା, ସହନଶୀଳତା ମନେ ରଖିବାକୁ ପଡିବ | ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଏକ ପ୍ରେରକ ଶକ୍ତି ପାଲଟିଛି। ବିଶ୍ୱର ମଙ୍ଗଳ ପାଇଁ ଟେକ୍ନୋଲୋଜି ସହ ପ୍ରତିଭାର ବ୍ୟବହାର କରିବାକୁ ପଡିବ | ଜୋ ବାଇଡେନ ଏହି ବୈଠକରେ କହିଛନ୍ତି ଯେ ମୁଁ ବହୁ ପୂର୍ବରୁ ବିଶ୍ୱାସ କରିଥିଲି ଯେ ଆମେରିକା-ଭାରତ ସମ୍ପର୍କ ଆମକୁ ଅନେକ ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ କରିବାରେ ସାହାଯ୍ୟ କରିପାରିବ।

ବାସ୍ତବରେ ୨୦୦୬ ରେ ଯେତେବେଳେ ମୁଁ ଉପରାଷ୍ଟ୍ରପତି ଥିଲି, ମୁଁ କହିଥିଲି ଯେ ୨୦୨୦ ସୁଦ୍ଧା ଭାରତ ଏବଂ ଆମେରିକା ଦୁନିଆର ବନ୍ଧୁ ଦେଶ ହୋଇ ରହିଥିବେ | ଆଜିର ବୈଠକକୁ ନେଇ ମୋଦୀ କହିଛନ୍ତି ଯେ ଏହି ଦଶନ୍ଧି ଭାରତ ଏବଂ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତ ଏବଂ ଆମେରିକା ମଧ୍ୟରେ ଆହୁରି ଶକ୍ତିଶାଳୀ ବନ୍ଧୁତ୍ୱର ମଞ୍ଜି ବୁଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe