ଆସନ୍ତା ୩୦ ତାରିଖ ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ

ଆସନ୍ତା ୩୦ ତାରିଖ ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ

The Rahnuma Daily

ନୂଆଦିଲ୍ଲୀ : ବିପୁଳ ବିଜୟ ସହିତ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖ ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମୋଦୀଙ୍କ ସହିତ ତାଙ୍କର ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ବୟାନରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ୩୦ ତାରିଖ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ।

ମୋଦୀଙ୍କ ନେତୃତ୍ବରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୦୧୪ ନିର୍ବାଚନଠାରୁ ମଧ୍ୟ ବଡ଼ ବିଜୟ ହାସଲ କରିଥିଲା। ନିର୍ବାଚନ ହୋଇଥିବା ୫୪୨ ଆସନରୁ କେବଳ ବିଜେପି ଏକାକୀ ୩୦୩ ଆସନ ଦଖଲ କରିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ମୋଟ ୩୫୩ଟି ଆସନ ମିଳିଛି। ଏବେ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ବିଦେଶ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ ସ୍ବାସ୍ଥ୍ୟଗତ କାରଣରୁ ଏଥର ନିର୍ବାଚନ ଲଢ଼ି ନଥିଲେ। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି । ଏଭଳି ସ୍ଥିତିରେ ନୂଆ ମନ୍ତ୍ରିମଣ୍ଡଳରେ ଏହି ଦୁଇ ବରିଷ୍ଠ ନେତା ରହିବେ ନାହିଁ ବୋଲି ଜଣାପଡ଼ିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ମନ୍ତ୍ରିମଣ୍ଡରେ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe