ମସ୍‌କାଟ୍‌ସ୍ଥିତ ପୁରାତନ ଶିବ ମନ୍ଦିର ଦର୍ଶନ କରିବେ ମୋଦି

ମସ୍‌କାଟ୍‌ସ୍ଥିତ ପୁରାତନ ଶିବ ମନ୍ଦିର ଦର୍ଶନ କରିବେ ମୋଦି

Image Courtesy of Indian Express

ନୂଆଦିଲ୍ଲୀ: ଦୁଇ ଦିନିଆ ଓମାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମସ୍‌କାଟ୍‌ସ୍ଥିତଏକ ପୁରାତନ ଶିବ ମନ୍ଦିର ଦର୍ଶନରେ ଯିବେ। ଏହି ମନ୍ଦିର ମୋତିଶ୍ୱର ମନ୍ଦିର ନାମରେ ସୁପରିଚିତ। ୧୦୯ ବର୍ଷ ତଳେ ନିର୍ମିତ ଏହି ମନ୍ଦିର ସୀବ୍‌ ବିମାନ ବନ୍ଦର ଠାରୁ ୩୫ କିଲୋମିଟର ସୁଲତାନଙ୍କ ପ୍ରାସାଦ ନିକଟରେ ଅବସ୍ଥିତ।

ଏହି ମନ୍ଦିରର ଗୁଜରାଟୀଙ୍କ ସମ୍ପର୍କ ମଧ୍ୟ ରହିଛି। ୧୫୦୭ରୁ କଚ୍‌ରୁ ଯାଇଥିବା ଭାଟିଆ ବ୍ୟବସାୟୀ ସମ୍ପ୍ରଦାୟ ସେଠାରେ ରହି କ୍ରମେ କ୍ଷମତା ବିସ୍ତାର କରିଥିଲେ। ସମ୍ଭବତଃ ସେମାନଙ୍କ ପ୍ରଭାବରୁ ଶୋଡ଼ଷ ଶତାବ୍ଦୀରେ ସେଠାରେ କେତେଗୁଡ଼ିଏ ହିନ୍ଦୁ ମନ୍ଦିର ଗଢ଼ି ଉଠିଥିଲା।

ମସ୍‌କାଟ୍‌ ମରୁଭୂମି ହେଲେ ହେଁ, ଶିବ ମନ୍ଦିର ପରିସରରେ କୂଅଟିଏ ଅଛି। ସେଥିରେ ବର୍ଷସାରା ପାଣି ଥାଏ। ମହାଶିବରାତ୍ରୀରେ ୨୦ ହଜାରରୁ ଅଧିକ ହିନ୍ଦୁଙ୍କ ସମାଗମ ହୁଏ ସେଠାରେ। ମନ୍ଦିରରେ ଅଛନ୍ତି ତିନି ଦିଅଁ- ଶ୍ରୀ ଆଦି ମୋତିଶ୍ୱର ମହାଦେବ, ଶ୍ରୀ ମୋତିଶ୍ୱର ମହାଦେବ ଏବଂ ଶ୍ରୀ ହନୁମାନ। ଶିବରାତ୍ରୀ ସହ ସେଠାରେ ବସନ୍ତ ପଞ୍ଚମୀ, ରାମ ନବମୀ, ହନୁମାନ ଜୟନ୍ତୀ, ଶ୍ରାବଣ ମାସ ଓ ଗଣେଶ ଚତୁର୍ଥୀ ପାଳନ କରାଯାଏ। ମନ୍ଦିର ପାଇଁ ରହିଛନ୍ତି ତିନି ଜଣ ପୂଜାରି ଏବଂ ସେମାନଙ୍କ ତିନି ଜଣ ସହଯୋଗୀ।

publive-image Image Courtesy of Indian Express

ତା’ପରେ ପ୍ରଧାନମନ୍ତ୍ରୀ ଗ୍ରାଣ୍ଡ୍‌ ସୁଲ୍‌ତାନ୍‌ କ୍ୱାବୁସ୍‌ ମସ୍‌ଜିଦ୍‌କୁ ଯିବେ। ସେ ମସ୍‌ଜିଦ୍‌ଟି ୩୦୦, ୦୦୦ ଟନ୍‌ ଓଜନର ଭାରତୀୟ ବଉମାଳ ପଥରରେ ତିଆରି। ଦଳେ ଓମାନୀୟ ସିଇଓଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି।

ରବିବାର ଦିନ ସେ ଓମାନ୍‌ର ସୁଲ୍‌ତାନ୍‌ ଓମାନ୍‌ କ୍ୱାବୁସ୍‌ ବିନ୍‌ ସୈଦ୍‌ ଅଲ୍‌ ସୈଦ୍‌ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଥିଲେ। ଏଥିରେ ଦୁଇ ପକ୍ଷ ୮ଟି ରାଜିନାମାରେ ସ୍ୱାକ୍ଷର କରିଥିଲେ।

ଆତଙ୍କବାଦର ମୁକାବିଲା ପାଇଁ ୟୁଏଇର ଓ ଭାରତ ପରସ୍ପର ମଳିତ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହି ଥିଲେ। ସେଥିପାଇଁ ଭାରତୀୟ ନୌସେନା ଉପସାଗରୀୟ ଜଳରାଶିରେ ସମରାଭ୍ୟାସ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe