ଗୁଜରାଟର ମୋର୍ବିରେ ୧୦୮ ଫୁଟ୍‌ ଉଚ୍ଚ ହନୁମାନ ପ୍ରତିମା ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗୁଜରାଟର ମୋର୍ବିରେ ୧୦୮ ଫୁଟ୍‌ ଉଚ୍ଚ ହନୁମାନ ପ୍ରତିମା ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of India TV News

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଗୁଜରାଟର ମୋର୍ବିରେ ୧୦୮ ଫୁଟ୍‌ ଉଚ୍ଚର ହନୁମାନ ପ୍ରତିମାଟିଏ ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧରଣଙ୍କୁ ଉଦ୍‌ବୋଧନ ଦେଇ କହିଲେ, କିଛି ବର୍ଷ ହେବ ଆମେ ସିମ୍‌ଲାରେ ଏହି ଧରଣର ଆଉ ପ୍ରକାଣ୍ଡ ହନୁମାନ ପ୍ରତିମା ଦେଖି ଆସୁଛନ୍ତି। ଆଜି ମୋର୍ବିରେ ସେ ଧରଣର ଦ୍ବିତୀୟ ପ୍ରତିମା ସ୍ଥାପନ ହେଲା। ରାମେଶ୍ବରମ୍‌ ଏବଂ ପଶ୍ଚିମବଙ୍ଗରେ ମଧ୍ୟରେ ଆଉ ଦୁଇଟି ପ୍ରତିମା ସ୍ଥାପନ କରାଯିବ ବୋଲି ମୁଁ ଶୁଣିଛି।

ଏହା କେବଳ ହୁନୁମାନଜୀଙ୍କ ପ୍ରତିମା ସ୍ଥାପନ ନିମନ୍ତେ ପ୍ରତିବଦ୍ଧତା ନୁହେଁ, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ଅଂଶବିଶେଷ ମଧ୍ୟ।

publive-image Image Courtesy of Zee News

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ଜନସାଧାରଣଙ୍କୁ ହନୁମାନ ଜୟନ୍ତୀ ଅବସରରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ସାମର୍ଥ୍ୟ, ସାହସ ଏବଂ ଆତ୍ମନିୟନ୍ତ୍ରଣର ପ୍ରତୀକ ପ୍ରଭୁ ହନୁମାନଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ପବନପୁତ୍ରଙ୍କ କରୁଣାରୁ ସମସ୍ତଙ୍କ ଜୀବନ ଶକ୍ତି, ବୁଦ୍ଧିମତା ଓ ଜ୍ଞାନରେ ପରିପୂର୍ଣ୍ଣ ହେଉ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ରିଲିଜ୍‌ରେ ଉଲ୍ଲେଖ ଅଛି, ‘ହନୁମାନଜୀ ଚାର୍‌ ଧାମ୍‌’ ପ୍ରକଳ୍ପର ଅଂଶବିଶେଷ ଭାବେ ଦେଶର ଚାରି ପ୍ରାନ୍ତରେ ନିର୍ମାଣ ହେଉଥିବା ୪ଟି ପ୍ରତିମା ମଧ୍ୟରୁ ଏହା ହେଉଛି ଦ୍ବିତୀୟ ପ୍ରତିମା।

ଦେଶର ପଶ୍ଚିମ ପ୍ରାନ୍ତରେ ମୋର୍ବିରେ ଥିବା ବାପୁ କେଶବାନ୍ଦ ଆଶ୍ରମ ପରିସରରେ ଏହି ପ୍ରତିମା ସ୍ଥାପନ କରାଯାଇଛି। ଦେଶର ଉତ୍ତର ପ୍ରାନ୍ତ ହିମାଚଳ ପ୍ରଦେଶରେ ଏହି ସିରିଜ୍‌ର ପ୍ରଥମ ପ୍ରତିମା ୨୦୧୦ରେ ସ୍ଥାପିତ ହୋଇଥିଲା। ଦେଶର ଦକ୍ଷିଣ ପ୍ରାନ୍ତ ରାମେଶ୍ବରମ୍‌ରେ ଏହି ସିରିଜ୍‌ର ତୃତୀୟ ପ୍ରତିମା କାମ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe