ସୀମାରେ ମୁତୟନ ଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

Advertisment
ସୀମାରେ ମୁତୟନ ଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

aajtak

ନୂଆଦିଲ୍ଲୀ: ଦୀପାବଳି ଅବସରରେ ସୀମାରେ ମୁତୟନ ଥିବା  ଯବାନମାନଙ୍କ ପାଇଁ ଘରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ କରି ସେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି। ଟୁଇଟରେ ଏକ ଭିଡିଓ ସେୟାର କରି କ୍ୟାପସନରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହି ଦୀପାବଳିରେ ଆସନ୍ତୁ ଏକ ଦୀପକୁ ସେନାର ଯବାନଙ୍କ ଉଦ୍ଦେଶ୍ୟରେ ଆଲୋକିତ କରିବା, ଯେଉଁମାନେ ନିର୍ଭୟରେ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି | ଶବ୍ଦ ଜରିଆରେ ସେମାନଙ୍କୁ ସେମାନଙ୍କ ସାହସ ପାଇଁ ଧନ୍ୟବାଦ ଜଣାଇବ‌େ ସମ୍ଭବ ନୁହେଁ। ସେମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାର ପ୍ରତି ଆମେ କୃତଜ୍ଞ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନା ମୁତାବକ,  ଚଳିତ ବର୍ଷ ଦୀପାବଳିରେ ସୀମାରେ ବହୁ ସଂଖ୍ୟକ  ଯବାନମାନଙ୍କୁ ମୁତୟନ କରାଯାଇଛି। ବିଶେଷକରି ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ବହୁ ସଂଖ୍ୟକ ଯବାନମାନଙ୍କୁ ମୁତୟନ କରାଯାଇଛି  | ମେ ମାସରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଏବେ ଉଗ୍ର ଋପ ନେଇଥିବା ବେଳେ ଚୀନର କୌଣସି ପ୍ରକାରର ହୀନ ଉଦ୍ୟମକୁ ପଣ୍ଡ କରିବା ପାଇଁ ସୀମାରେ ସୈନିକ ସଂଖ୍ୟା ବଢ଼ାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe