ପ୍ରଧାନମନ୍ତ୍ରୀଙ୍କୁ ଦେଖି ଭାଙ୍ଗିପଡ଼ିଲେ ହେମନ୍ତ ସୋରେନ୍, ଭାଇରାଲ ହେଲା ଫଟୋ

New Project (13)

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କର ଆଜି ସକାଳେ ଦେହାନ୍ତ ହୋଇଥିଲା। ସେ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶିବୁ ସୋରେନଙ୍କ ଦେହାନ୍ତ ପରେ ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ପିଟାଲରେ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି। ସେ ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପରେ ହେମନ୍ତ ସୋରେନ ଭାବପ୍ରବଣ ହୋଇଯାଇ ନିଜ ଲୁହକୁ ରୋକିପାରି ନଥିବା ଦେଖାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ଏକ୍ସ ପୋଷ୍ଟରେ ସେୟାର କରିଥିବା କିଛି ଫଟୋରେ ଏହା ଦେଖିବାକୁ ମିଳିଛି। ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ମୁଁ ସାର୍ ଗଙ୍ଗା ରାମ ହସ୍ପିଟାଲରେ ପହଞ୍ଚି ଶିବୁ ସୋରେନଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ତାଙ୍କ ପରିବାରକୁ ମଧ୍ୟ ଭେଟିଛି। ମୋର ସମବେଦନା ହେମନ୍ତଜୀ, କଳ୍ପନାଜୀ ଏବଂ ଶିବୁ ସୋରେନଜୀଙ୍କ ସମର୍ଥକଙ୍କ ସହିତ ଅଛି।" ଏହି କ୍ୟାପସନ ସହିତ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରୁ କିଛି ଫଟୋ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ହେମନ୍ତ ସୋରେନଙ୍କ ଆଖିରେ ଲୁହ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କୁ ଧରି ସମବେଦନା ଦେଉଥିବା ବେଳେ ସେ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe