ରୁଦ୍ରାକ୍ଷ ମାଳା ଓ ଉତ୍ତରୀୟ ପକାଇ ଶ୍ରୀ କାଞ୍ଚି କାମକୋଟି ପୀଠ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ରୁଦ୍ରାକ୍ଷ ମାଳା ଓ ଉତ୍ତରୀୟ ପକାଇ ଶ୍ରୀ କାଞ୍ଚି କାମକୋଟି ପୀଠ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of PM's Twitter

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସନ୍ଥ ତଥା ଦାର୍ଶନିକ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମସ୍ଥାନ ‘ଶ୍ରୀ କାଞ୍ଚି କାମକୋଟି ପୀଠମ୍‌’ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି।

ଗୁରୁବାର ବିଳମ୍ବିତ ରାତ୍ରରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଏର୍ଣ୍ଣାକୁଲମ୍‌ ଜିଲ୍ଲା ଅନ୍ତର୍ଗତ କାଲାଡ଼ୀ ଗାଁରେ ଥିବା ସନ୍ଥ-ଦାର୍ଶନିକଙ୍କ ଜନ୍ମସ୍ଥାନ ‘ଆଦି ଶଙ୍କରାଚାର୍ଯ୍ୟ ଜନ୍ମଭୂମୀ କ୍ଷେତ୍ରମ୍‌’ ଦର୍ଶନ କରିଥିବା ବେଳର ଫଟୋ ସେୟାର୍‌ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେଠାକୁ ଯିବାର ସୌଭାଗ୍ୟ ପାଇଥିଲି। ମହାନ୍‌ ସନ୍ଥଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ସଂସ୍କୃତି ସୁରକ୍ଷା ଲାଗି ତାଙ୍କ ଅବଦାନ ନିମନ୍ତେ ଆମର ଆଗାମୀ ପିଢ଼ି ସବୁ ଋଣୀ ରହିବେ।

publive-image Image Courtesy of PM's Tweet

ତାଙ୍କ ଦର୍ଶନକାଳୀନ ଫଟୋ ସହିତ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଶ୍ରୀ ଆଦିଶଙ୍କରାଚାର୍ଯ୍ୟ ଜନ୍ମଭୂମୀ କ୍ଷେତ୍ରମ୍‌କୁ ଯିବାର ସୌଭାଗ୍ୟ ହୋଇଥିଲା। ବାସ୍ତବରେ ତାହା ଗୋଟାଏ ବିଶେଷ ସ୍ଥାନ। ଆମ ସଂସ୍କୃତି ସୁରକ୍ଷା ‌ଦିଗରେ ଶଙ୍କରାଚାର୍ଯ୍ୟଙ୍କର ମହାନ୍‌ ଅବଦାନ ନିମନ୍ତେ ଆଗାମୀ ପିଢ଼ି ଋଣୀ ରହିବେ।

ସେଠାରେ ୪୫ ମିନିଟ୍‌ ଅତିବାହିତ କରି ପ୍ରଧାନମନ୍ତ୍ରୀ ମ‌ୋଦୀ ପୂଜାରେ ଭାଗ ନେଇଥିଲେ। ପାରମ୍ପରିକ ପୋଷାକ ପରିହିତ ପ୍ରଧାନମନ୍ତ୍ରୀ ‌ମୋଦୀ ଗଳାରେ ରୁଦ୍ରାକ୍ଷ ମାଳା ଏବଂ ଉତ୍ତରୀୟ ପକାଇଥିଲେ।

ସୂଚନାଯୋଗ୍ୟ, ଦୁଇଦିନିଆ କେରଳ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ପରେ କାଲାଡ଼ୀ ଜିଲ୍ଲା ଯାଇ କୋଚିନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe