ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ୨୦୧୯ ମସିହାର ସବୁଠାରୁ ଅଧିକ କ୍ଷମତାଶାଳୀ ବ୍ୟକ୍ତି। ବିଟ୍ରେନନ୍ର ଏକ ପତ୍ରିକା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜାଣିବାକୁ ମିଳିଛି। ଲୋକପ୍ରିୟ ପତ୍ରିକା ‘ବ୍ରିଟିଶ ହେରାଲ୍ଡ’ରେ କ୍ଷମତାଶାଳୀ ବ୍ୟକ୍ତି ବାଛିବା ପାଇଁ ପାଠକମାନଙ୍କୁ ଭିନ୍ନ ଭିନ୍ନ ବିକଳ୍ପ ଦିଆଯାଇଥିଲା। ପାଠକମାନେ ସର୍ବାଧିକ ସଂଖ୍ୟକ ଭୋଟ୍ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଛନ୍ତି ବୋଲି ଜାଣିବାକୁ ମିଳିଛି।
Facebookପତ୍ରିକାରେ ପ୍ରକାଶ ପାଇଥିବା ଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଋଷ୍ ରାଷ୍ଟ୍ରପତି ଭ୍ଲଦମିର୍ ପୁତିନ୍, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ରହିଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୋଦୀ ୩୧ ପ୍ରତିଶତ ଭୋଟ୍ ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ୨୯ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୁତିନ। ଡୋନାଲ୍ଡ ଟ୍ରମ୍ପ୍ ୨୧.୯ ପ୍ରତିଶତ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ୧୮.୧ ପ୍ରତିଶତ ଭୋଟ୍ ପାଇଁ ଚତୁର୍ଥ ହୋଇଛନ୍ତି ଜିନ୍ପିଙ୍ଗ୍।
Image Source: Zee Newsଚାରି ଜଣଙ୍କ ମଧ୍ୟରୁ ମୋଦୀ ସର୍ବାଧିକ ଭୋଟ୍ ପାଇଥିବାରୁ ‘ବ୍ରିଟିଶ ହେରାଲ୍ଡ’ ପତ୍ରିକା ତା’ର ଜୁଲାଇ ସଂଖ୍ୟାର କଭର୍ ପୃଷ୍ଠାରେ ମୋଦୀଙ୍କ ଫଟୋ ଦେବ। ଏହି ଭୋଟିଂ ପତ୍ରିକାର ଓଏବ୍ସାଇଟ୍ରେ କରାଯାଇଥିଲା। ଓ୍ଵାନ୍ ଟାଇମ୍ ପାସ୍ଓ୍ଵାର୍ଡ ଦେଇ ପାଠକମାନେ ସେମାନେଙ୍କ ପ୍ରିୟ ନେତାଙ୍କୁ ଭୋଟ୍ ଦେଇଥିଲେ।
Follow Us