ନଭେମ୍ବର ମାସରେ ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ ମୋଦି ଓ ଜି ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତ: ଚୀନ୍‌ ରାଷ୍ଟ୍ରଦୂତ

Advertisment
ନଭେମ୍ବର ମାସରେ ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ ମୋଦି ଓ ଜି ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତ: ଚୀନ୍‌ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଆର୍ଜେଣ୍ଟିନା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ସାକ୍ଷାତ୍‌ ହେବ ବୋଲି ଚୀନ୍‌ ରାଷ୍ଟ୍ରଦୂତ ଲୁଓ ଝାଓହୁଇ ସୋମବାର ଦିନ ଘୋଷଣା କରିଛନ୍ତି। ଆଫ୍‌ଗାନ୍‌ କୂଟନୀତିଜ୍ଞଙ୍କ ସକାଶ ସେ ପ୍ରଥମ ମିଳିତ ଇଣ୍ଡୋ-ଚାଇନା ଟ୍ରେନିଙ୍ଗ୍‌ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଦେଇଥିବା ଭାଷଣରେ କହିଛନ୍ତି।

ଏପ୍ରିଲ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ଚୀନ୍‌ର ଉହାନ୍‌ ପରିଦର୍ଶନରେ ଗଲା ଠାରୁ ଦୁଇ ନେତା ଅନେକ ଥର ଭେଟାଭେଟି ହେଲେଣି।

ଚୀନ୍‌ ରାଷ୍ଟ୍ରଦୂତ କହିଲେ ଯେ ପ୍ରଥମ ଚୀନ୍‌-ଭାରତ ଉଚ୍ଚସ୍ତରୀୟ ବ୍ୟକ୍ତି ବଦଳ ମେକାନିଜମ୍‌ ଆରମ୍ଭ କରିବାକୁ ଚୀନ୍‌ର ଷ୍ଟେଟ୍‌ କାଉନ୍‌ସେଲର୍‌ ଏବଂ ବୈଦେଶିକ ମନ୍ତ୍ରୀ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe