Photograph Courtesy of Zee News
ନୂଆଦିଲ୍ଲୀ: ଜୁନ୍ ୩୦ ତାରିଖରୁ ପୁନର୍ବାର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବେତାର କାର୍ଯ୍ୟକ୍ରମ ‘ମନ୍କି ବାତ୍’। ଲୋକସଭା ନିର୍ବାଚନ ସକାଶେ ତାହା ବନ୍ଦ ଥିଲା। ଏଥିରେ ସେ ନିଜେ ମଧ୍ୟ ପ୍ରାର୍ଥୀ ହୋଇଥିଲେ।
ମାଇଁଗଭ୍ଇଣ୍ଡିଆ ଟୁଇଟ୍ କରିଛି: ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାସୀନ ହେବାରୁ ପୁଣି ‘ମନ୍କି ବାତ୍’ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ୨୦୯ ମସିହା ଜୁନ୍ ୩୦ ତାରିଖରେ ପ୍ରସାରଣ କରାଯିବାକୁ ନିର୍ଦ୍ଧାରଣ ହୋଇଥିବା ଏ ମାସର ସଂସ୍କରଣରେ ଆପଣଙ୍କ ଖବର, ଉପାୟ ଏବଂ ପ୍ରସ୍ତାବ ଅଂଶବିଶେଷ ହୋଇପାରେ।
ଏହି କାର୍ଯ୍ୟକ୍ରମ ପାଇଁ ପ୍ରସାର ଭାରତୀ ନିଉଜ୍ ସର୍ଭିସ୍ ମଧ୍ୟ ଲୋକମାନଙ୍କ ଠାରୁ ପ୍ରସ୍ତାବ ଆଶା କରି ଟୁଇଟ୍ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍କି ବାତ୍’ ପୁଣି ପ୍ରସାରଣ ହେବ! ‘ମନ୍କି ବାତ୍’ ସମ୍ବନ୍ଧରେ ଆପଣଙ୍କ ଚିନ୍ତାଧାରା/ତଥ୍ୟ ପଠାଇବାକୁ ଚାହାଁନ୍ତି କି, ସେସବୁକୁ mygov.in or dial 1800-11-7800ରେ ସେୟାର୍ କରନ୍ତୁ।
ଲୋକସଭା ନିର୍ବାଚନ ପୂର୍ବରୁ ଫେବ୍ରୁଆରି ମାସରେ ମୋଦୀ ‘ମନ୍କି ବାତ୍’ର ଶେଷ ସଂସ୍କରଣ ପ୍ରସାରିତ କରିଥିଲେ। ନିର୍ବାଚନରେ ତାଙ୍କ ଦଳର ବିଜୟ ହେବ ବୋଲି ସେ ଦୃଢ଼ ନିଶ୍ଚିତ ବୋଲି କହିଥିଲେ। ନିର୍ବାଚନ ପରେ ବେତାର କାର୍ଯ୍ୟକ୍ରମ ପୁଣି ପ୍ରସାରଣ ହେବ ଏବଂ ବର୍ଷ ବର୍ଷ ଧରି ସେ ଏହାରି ଜରିଆରେ ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ ଚାହାଁନ୍ତି ବୋଲି ଜଣାଇଥିଲେ।
ମାସର ଶେଷ ରବିବାର ଦିନ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯାଏ।
Follow Us