Image Courtesy of Zee News
ନୂଆଦିଲ୍ଲୀ: ଟୋକିଓରେ ‘କ୍ବାଡ୍’ ନେତାମାନଙ୍କର ସମ୍ମୁଖରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋ ସମ୍ପ୍ରତି ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛି। ଫଟୋରେ ଦେଖାଯାଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗେ ଆଗେ ଗୋଟାଏ ପାହାଚଶ୍ରେଣୀରୁ ଓହ୍ଲାଉଛନ୍ତି। ତାଙ୍କ ପଛେ ପଛେ ଓହ୍ଲାଉଛନ୍ତି ଜାପାପ, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରମୁଖ୍ୟମାନେ।
ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲ୍ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉକ୍ତ ଫଟୋଟି ସେୟାର୍ କରି କହିଛନ୍ତି, ପ୍ରଧାନ ସେବକ ବାଟ ଜାଣନ୍ତି, ସେ ବାଟ ଚାଲନ୍ତି, ବାଟ ଦେଖାନ୍ତି।
‘ବିଜେପି ଆଇ.ଟି. ସେଲ୍’ର ଜାତୀୟ ଆବାହକ ଅମିତ ମାଲଭିୟ ମଧ୍ୟ ଉକ୍ତ ଫଟୋ ସେୟାର୍ କରି ପରିଚୋୟକ୍ତିରେ ଲେଖିଛନ୍ତି: ବିଶ୍ବକୁ ନେତୃତ୍ବ ଦେଉଛନ୍ତି… କହିବା ଅପେକ୍ଷା କରି ଦେଖାଇବା ଶ୍ରେୟସ୍କର।
Image Courtesy of NDTVକେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ ଓ ମୁଖତାର୍ ଆବ୍ବାସ୍ ନକ୍ୱି, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଓ ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଦି ‘ବିଜେପି’ ନେତାମାନେ ଉକ୍ତ ଫଟୋକୁ ସେୟାର୍ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଦକ୍ଷତାକୁ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁଇଦିନିଆ ଜାପାନ ଗସ୍ତ ଶେଷ କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀସ୍ଥିତ ପାଲାମ ବାୟୁସେନା ବିମାନଘାଟିରେ ଅବତରଣ କରିଛନ୍ତି। ଜାପାନର ରାଜଧାନୀ ଟୋକିଓରେ ପ୍ରଧାନମନ୍ତ୍ରୀ ମୋଦୀ ‘କ୍ବାଡ୍ ନେତାମାନଙ୍କ ଶିଖର ସମ୍ମିଳନୀ’ରେ ଅଂଶ ଗ୍ରହଣ କରିବା ସହ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବାନ୍ସିଙ୍କ ସଙ୍ଗ ଦ୍ବିପାକ୍ଷିକ ଆଲୋଚନା କରିଥିଲେ।
ସାଥୀ ‘କ୍ବାଡ୍’ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ପାରସ୍ପରିକ ବିଶ୍ବାସ, ପ୍ରତିବଦ୍ଧତା ଗଣତାନ୍ତ୍ରିକ ଶକ୍ତିକୁ ନୂଆ ବଳ ଓ ପ୍ରେରଣା ଦେଉଛି।
Follow Us