ରାଜସ୍ଥାନ ସଡ଼କ ଦୁର୍ଘଟନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଆହତ

Advertisment
ରାଜସ୍ଥାନ ସଡ଼କ ଦୁର୍ଘଟନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଆହତ

Image Courtesy of NewsX

ଉଦୟପୁର: ବୁଧବାର ସକାଳେ ରାଜସ୍ଥାନ ଅନ୍ତର୍ଗତ ବେଗୁ ନିକଟବର୍ତ୍ତୀ କୋଟା-ଚିତ୍ତୋରଗଡ଼ ଚାରିଥାକିଆ ରାସ୍ତାରେ ଦୁର୍ଘଟଣା ଘଟିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ୍‌ ଆହତ ହେବା ସହ ସେ ଯାତ୍ରା କରୁଥିବା କାର୍‌ର ଚାଳକଙ୍କର ମୃତ୍ୟୁ ଘଟିଛି। ସେଥିରେ ଥିବା ଅନ୍ୟ ଦୁଇ ଜଣ ମହିଳା ଏବଂ ଜଣେ ଏସ୍‌ପିଜି କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି।

ଯଶୋଦାବେନ୍‌ ପୂର୍ବାହ୍ନ ୧୦ଟା ବେଳେ ବାରାର ଅତ୍ରୁ ଠାରୁ ଉଦୟପୁର ଆଡ଼କୁ ଯାଉଥିବା ବେଳେ କାର୍‌ଟି ଗୋଟାଏ ଟ୍ରଲର୍‌ ଟ୍ରକ୍‌ରେ ଧକ୍କା ଖାଇଥିଲା। ଟ୍ରଲର୍‌ ଟ୍ରକ୍‌ ଚାଳକ ହଠାତ୍‌ ବ୍ରେକ୍‌ କଷି ଦେବାରୁ ପଛେ ପଛେ ଯାଉଥିବା କାର୍‌ ତା’ ପଛ ପଟେ ପିଟି ହୋଇ ଯାଇଥିଲା।

publive-image Image Courtesy of Scooopnest

ଯଶୋଦାବେନ୍‌ଙ୍କ ଶରୀରର କେତେ ଜାଗାରେ ସାମାନ୍ୟ ଆଘାତ ଲାଗିଛି ଏବଂ ସେ ବିପଦମୁକ୍ତ ଅଛନ୍ତି। ତାଙ୍କୁ ଚିତ୍ତରଗଡ଼ସ୍ଥିତ ଜିଲ୍ଲା ସରକାରୀ ହସ୍‌ପିଟାଲ୍‌ରେ ଦାଖଲ କରାଯାଇଛି। ଅନ୍ୟ ଦୁଇ ମହିଳାଙ୍କର ମଧ୍ୟ ଚିକିତ୍ସା କରାଯାଉଛି। କମାଣ୍ଡୋଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଟ୍ରକ୍‌ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ବେଗରୁନ୍‌ର ସର୍କଲ୍‌ ଅଧିକାରୀ ରାଜେଶ ରାଜୋରା କହିଛନ୍ତି।

ଅଭିଯୁକ୍ତ ଟ୍ରକ୍‌ ଚାଳକଙ୍କୁ ଅଟକ ରଖା ଯାଇଛି। ମୃତ କାର୍‌ ଚାଳକଙ୍କ ନାମ ବସନ୍ତ ବୋଲି କୁହାଯାଉଛି।

ଅବସରପ୍ରାପ୍ତ ସ୍କୁଲ୍‌ ଶିକ୍ଷୟିତ୍ରୀ ଯଶୋଦାବେନ୍‌ ବ୍ରାହ୍ମଣଓ୍ଵାଡ଼ା ଗାଁରେ ବାସ କରନ୍ତି। ମୋଦିଙ୍କ ଜନ୍ମିତ ସହର ବଡ଼ନଗର ଠାରୁ ତାହା ୩୫ କିଲୋମିଟର ଦୂର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe