ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ମୋଦୀଙ୍କ ତାରକସୀ ପର୍ସ ଉପହାର

ଘାନା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତିଙ୍କ ପତ୍ନୀ ଲୋର୍ଡିନା ମାହାମାଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଏହି ଉପହାରର ଓଡ଼ିଶା ସହ ଏକ ସମ୍ପର୍କ ରହିଛି । ଉପହାରଟି ହେଉଛି କଟକରେ ନିର୍ମିତ ଏକ ଚମତ୍କାର ରୁପା ତାରକସୀ କାର୍ଯ୍ୟ ହୋଇଥିବା ପର୍ସ। 

qwroject (25)

ନୂଆଦିଲ୍ଲୀ : ଘାନା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତିଙ୍କ ପତ୍ନୀ ଲୋର୍ଡିନା ମାହାମାଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଏହି ଉପହାରର ଓଡ଼ିଶା ସହ ଏକ ସମ୍ପର୍କ ରହିଛି । ଉପହାରଟି ହେଉଛି କଟକରେ ନିର୍ମିତ ଏକ ଚମତ୍କାର ରୁପା ତାରକସୀ କାର୍ଯ୍ୟ ହୋଇଥିବା ପର୍ସ। 

ପ୍ରଧାନମନ୍ତ୍ରୀ ଦେଇଥିବା ଉପହାରଟି କୁଶଳୀ କାରୀଗରଙ୍କ ଦ୍ୱାରା ଅତ୍ୟନ୍ତ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ଅତି ପତଳା ରୁପା ତାରରେ ତିଆରି ହୋଇଥିବା ସୂକ୍ଷ୍ମ ଫୁଲ ଏବଂ ଅନ୍ୟାନ୍ୟ ସୁନ୍ଦର ଡିଜାଇନ କରାଯାଇଛି। ପର୍ସଟି ଖୁବ୍ ହାଲୁକା ଓ ଦୀର୍ଘସ୍ଥାୟୀ ହେବା ସହିତ ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର।

ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ କଟକର ପ୍ରସିଦ୍ଧି ରହିଛି । ଏଠାକାର କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ କାମ କରି ଆସୁଛନ୍ତି । କଟକର ତାରକସୀ କାରିଗରୀକୁ ପାରମ୍ପରିକ ଭାବେ ଗହଣାରେ ଉପଯୋଗ କରାଯାଇଥାଏ। ବର୍ତ୍ତମାନ ଏହାକୁ ପର୍ସ ଭଳି ଆଧୁନିକ ଉପକରଣରେ ଉପଯୋଗ କରାଯାଉଛି ଯାହା ଐତିହ୍ୟ ଏବଂ ସମସାମୟିକ ଶୈଳୀର ମିଶ୍ରଣ ଅଟେ। ତାରକସୀ କାମ ସୌନ୍ଦର୍ଯ୍ୟ, ସାଂସ୍କୃତିକ ଗୌରବ ଏବଂ କାରିଗରୀ କୌଶଳର ପ୍ରତୀକ। ଏହା ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ପରମ୍ପରାର ଏକ କାଳଜୟୀ ସ୍ମୃତିଚିହ୍ନ ଭାବେ ଉଜ୍ଜୀବିତ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe