ଭୁବନେଶ୍ବର: ଭୁବନେଶ୍ବରରେ ଥିବା ‘ଭାରତ ପେଟ୍ରୋଲିୟମ୍ ରିଟେଲ୍ ବିଜ୍ନେସ୍’ କର୍ମଚାରୀମାନେ କରୋନାଭାଇରସ୍ ସଂକ୍ରମଣ ଏଡ଼ାଇବାକୁ ଗ୍ରହଣ କରିଥିବା ସତର୍କତା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।
ଭୁବନେଶ୍ବର ‘ଭାରତ ପେଟ୍ରୋଲିୟମ୍ ରିଟେଲ୍ ବିଜ୍ନେସ୍’ର କର୍ମଚାରୀମାନେ ଟୁଇଟ୍ କରିଥିବା ଏହି ଫଟୋଗୁଡ଼ିକୁ ରିଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ସମ୍ମତିପୂର୍ବକ ଲେଖିଛନ୍ତି: ଖୁବ୍ ଭଲ। କର୍ମଚାରୀମାନେ ସମୁଚ୍ଚିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପ୍ରଶଂସାର୍ହ। ଏହା ଅତ୍ୟାବଶ୍ୟକ ଅଟେ।
ସମ୍ପୃକ୍ତ କର୍ମଚାରୀମାନେ ଫଟୋ ସହ ଟୁଇଟ୍ କରି ଲେଖିଥିଲେ ଯେ ସେମାନେ ତାଙ୍କ ଆଉଟ୍ଲେଟ୍ର ଡିଏମ୍ଏସ୍ମାନେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରି ସେଲଫ୍ ଆସେସ୍ମେଣ୍ଟ୍ ଶେଷ କରିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଥିବା ପ୍ରୋଫାଇଲ୍ ଫଟୋଟିକୁ ପରିବର୍ତ୍ତନ କରିଛନ୍ତି। ଆଜି ଦେଶବାସୀଙ୍କୁ ଟେଲିଭିଜନ୍ ଯୋଗେ ବାର୍ତ୍ତା ଦେବା ପୂର୍ବରୁ ସେ ଏକ ଗାମୁଛାରେ ମୁହଁ ଆବୃତ କରିଥିଲେ। ସେହି ଗାମୁଛା ଢାଙ୍କିଥିବା ନିଜର ଏକ ଫଟୋ ପ୍ରୋଫାଇଲରେ ସ୍ଥାନୀତ କରିଛନ୍ତି।
Follow Us