ଅପ୍ରେଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ପାଳିବ ‘ଟିକା ଉତ୍ସବ’: ଲକ୍ଷ୍ୟ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କର ଟିକାକରଣ

Advertisment
ଅପ୍ରେଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ପାଳିବ ‘ଟିକା ଉତ୍ସବ’: ଲକ୍ଷ୍ୟ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କର ଟିକାକରଣ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ୧୧ ତାରିଖରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ସମଗ୍ର ଦେଶରେ ‘ଟିକା ଉତ୍ସବ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଆହ୍ଵାନ କରିଛନ୍ତି।

ସଂପ୍ରତି କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରିବାକୁ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂ କରି ସ୍ଥିତିର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରସ୍ତାବିତ ‘ଟିକା ଉତ୍ସବ’ ସଂପର୍କରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବର୍ତ୍ତମାନର ପରିସ୍ଥିତିରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ଟିକାକରଣ କରାଯିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜ୍ୟର ସରକାରମାନେ ନିଜ ନିଜ ରାଜ୍ୟରେ ଆସନ୍ତା ଅପ୍ରେଲ ୧୧ ତାରିଖରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ସମଗ୍ର ଦେଶରେ ‘ଟିକା ଉତ୍ସବ’ ପାଳନ କରିବେ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଶିବିରକୁ ନେଇ ସେମାନଙ୍କର ଟିକାକରଣ କରାଇବେ। ୪ ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଟିକା ଉତ୍ସବରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଲକ୍ଷ୍ୟ ଶତ ପ୍ରତିଶତ ହାସଲ କରିବା ସହ ଟିକା ନଷ୍ଟର ହାରକୁ ଶୂନ ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଟିକାକରଣ ପାଇଁ ଡିଜିଟାଲ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଥିବାରୁ ଶିକ୍ଷାସ୍ତର ତଳେ ଥିବା ବ୍ୟକ୍ତି ଓ ଦରିଦ୍ର ପରିବାରଗୁଡ଼ିକୁ ଏ ଦିଗରେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଏନ୍‌ସିସି, ଏନ୍‌ଏସ୍‌ଏ କ୍ୟାଡେଟ୍‌ମାନଙ୍କ ସହ ଯୁବଗୋଷ୍ଠୀ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସେହିପରି ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଶିବିରକୁ ଯାଇ ନିଜ ନିଜର ଟିକାକରଣ କରାଇବା ପାଇଁ ପ୍ରୋତ୍ସାହିତ କରାଇବାକୁ ରାଜ୍ୟର ସେଲିବ୍ରିଟି, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅ୍ରନୁଷ୍ଠାନମାନେ ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe