ଗରିବ ରୋଗୀଙ୍କୁ ଏୟାରଲିପ୍ଟ କରି ପହଞ୍ଚାଗଲା ହସ୍ପିଟାଲ; ହେଲା ସଫଳ ଅସ୍ତ୍ରୋପଚାର

Advertisment
ଗରିବ ରୋଗୀଙ୍କୁ ଏୟାରଲିପ୍ଟ କରି ପହଞ୍ଚାଗଲା ହସ୍ପିଟାଲ; ହେଲା ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆରମ୍ଭ ହୋଇଥିବା ପିଏମଶ୍ରୀ ନିଶୁଳ୍କ ଏୟର ଆମ୍ବୁଲାନ୍ସ ଯୋଜନାରେ ଜଣେ ରୋଗୀଙ୍କୁ ‌ବୈତୁଲରୁ ଏୟରଲିପ୍ଟ  କରି ଭୋପାଳରେ ଭର୍ତ୍ତି କରାଯାଇଛି।

ରାଜ୍ୟରେ ଜରୁରୀକାଳିନ ପରିସ୍ଥିତିରେ ରୋଗୀଙ୍କୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଏହି ସେବାର ଆରମ୍ଭ କରାଯାଇଛି। ବୈତୁଲରେ ଚକୋଲା ନିବାସୀ ଶେକଲାଲ ହର୍ଲେ ରାଜ୍ୟରେ ଏୟାର ଆମ୍ବୁଲାନ୍ସ ଯୋଜନାରେ ସାମିଲ ହୋଇଥିବା ୧୩ତମ ରୋଗୀ।

ସୂଚନାଯୋଗ୍ୟ, ବୈତୁଲ ଜିଲ୍ଲା ପଟ୍ଟନ ତହସିଲର ଚକୋଳା ଗ୍ରାମରେ ବସବାସ କରୁଥିବା ଶେକଲାଲ ହର୍ଲେ ଏକ ଘର ପ୍ଲାଷ୍ଟର କରୁଥିବା ସମୟରେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ମେରୁଦଣ୍ଡର ହାଡ଼ଭାଙ୍ଗି ଯାଇଥିଲା। ଏହି ହାଡର ଅସ୍ତ୍ରୋପଚାର କରିବା ସ୍ଥାନୀୟ ହସ୍ପିଟାଲ ପକ୍ଷେ ଜଟିଳ ଥିବାରୁ ଶେକଲାଲଙ୍କୁ ଡାକ୍ତର ରାଜଧାନୀ ଭୋପାଳର ହମିଦିୟା ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦେଇଥିଲେ।

ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ପୀଡ଼ିତ ହର୍ଲେଙ୍କୁ ଏୟର ଆମ୍ବୁଲାନ୍ସ ଯୋଗେ ପଠାଇବାର ପ୍ରସ୍ତୁତି ଆରମ୍ଭ କରିଥିଲେ। ଫଳରେ ରୋଗୀ ୫ଘଣ୍ଟା ବଦଳରେ ୩୫ମିନିଟରେ ସ୍ଥାନାନ୍ତର ହୋଇଥିବା ହସ୍ପିଟାଲ‌ରେ ଯାଇ ପହଞ୍ଚି ଯାଇଥିଲେ। ସେଠାରେ ତାଙ୍କର ଭାଙ୍ଗି ଯାଇଥିବା ହାଡର ସଫଳ ଅସ୍ତ୍ରୋପଚାର ହୋଇଥିଲା।

ଏହି ସେବା ପାଇବା ପରେ ରୋଗୀଙ୍କ ସମ୍ପର୍କୀୟ ମୁଖ୍ୟମନ୍ତ୍ରୀଙ୍କୁ ରୋଗୀଙ୍କ ପାଇଁ ଏୟର ଆମ୍ବୁଲାନ୍ସ ଭଳି ଯୋଜନା ଆରମ୍ଭ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହି ଯୋଜନା ‌‌ରୋଗୀଙ୍କ  ଜୀବନ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା  ନିଭାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe