ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟର ଅନୁମୋଦନ, ଦେଶର ୧୪ହଜାର ସ୍କୁଲର କରାଯିବ ନବୀକରଣ

Advertisment
ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟର ଅନୁମୋଦନ, ଦେଶର ୧୪ହଜାର ସ୍କୁଲର କରାଯିବ ନବୀକରଣ

indiatvnews

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ନିଷ୍ପତ୍ତି ଅନୁମୋଦନ ହୋଇଛି। ପିଏମ୍- ଶ୍ରୀ ବିଦ୍ୟାଳୟ ଯୋଜନା ଅଧୀନରେ ଏହି ବିଦ୍ୟାଳୟଗୁଡ଼ିକର ନବୀକରଣ କରାଯିବ। ଏହି ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଏହା ବ୍ୟତୀତ ରେଳ ଜମିକୁ ଦୀର୍ଘ ସମୟ ପାଇଁ ଲିଜରେ ନେବାକୁ ମଧ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହି ଜମିଗୁଡିକ ପିଏମ ଗତି ଶକ୍ତି ଫ୍ରେମୱାର୍କ ଅଧୀନରେ ବ୍ୟବହୃତ ହେବ। ଆସନ୍ତା ୫ବର୍ଷ ମଧ୍ୟରେ ଏହି ଜମିଗୁଡିକରେ ୩୦୦କାର୍ଗୋ ଟର୍ମିନାଲ୍ ବିକଶିତ ହେବ ବୋଲି ଜଣାପଡ଼ିଛି। ଆସନ୍ତା ୯୦ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପିଏମ୍- ଶ୍ରୀ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏହି ବିଦ୍ୟାଳୟଗୁଡ଼ିକ ଆରମ୍ଭ ହେବ। ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ ଯେ, 'ଆଜି ଗୁରୁ ଦିବସ ଅବସରରେ ମୁଁ ଏକ ନୂତନ ପ୍ରୟାସ ବିଷୟରେ ଘୋଷଣା କରୁଛି। ଦେଶର ୧୪,୫୦୦ ବିଦ୍ୟାଳୟର ନବୀକରଣ ପିଏମ୍- ଶ୍ରୀ ଯୋଜନା ଅଧୀନରେ କରାଯିବ। ଏଗୁଡିକ ମଡେଲ ବିଦ୍ୟାଳୟରେ ବିକଶିତ ହେବ, ଯାହା ନୂତନ ଶିକ୍ଷା ନୀତିକୁ ଆଗକୁ ନେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆଧୁନିକ ଭିତ୍ତିଭୂମି ଅଧୀନରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରସ୍ତୁତ ହେବ। ସେଥିରେ ସ୍ମାର୍ଟ ଶ୍ରେଣୀଗୃହ, କ୍ରୀଡା ଏବଂ ଅନ୍ୟାନ୍ୟ ହାଇଟେକ ସୁବିଧା ରହିବ। ଏହାପୂର୍ବରୁ ଜୁନ୍ ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ। ଶିକ୍ଷା ମନ୍ତ୍ରାଳୟର ସୂଚନାନୁସାରେ, ଏହି ଯୋଜନା ଅନୁଯାୟୀ ଯେଉଁ ୧୪,୫୦୦ ବିଦ୍ୟାଳୟକୁ ଚୟନ କରାଯିବ, ସେମାନଙ୍କ ମଧ୍ୟରୁ ପ୍ରାୟତଃ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ। ଏହା ବ୍ୟତୀତ କେତେକ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ ପରିଚାଳିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe