ndtv
ନୂଆଦିଲ୍ଲୀ: ଦେଶର ବର୍ତ୍ତମାନର କରୋନାଭାଇରସ୍ ପରିସ୍ଥିତିକୁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଏ ନେଇ ହେବ ସର୍ବଦଳୀୟ ବୈଠକ। ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ କରି ପ୍ରଧାନମନ୍ତ୍ରୀ କରୋନା ପରିସ୍ଥିତି ବିଷୟରେ ପଚାରି ବୁଝିବେ ବୋଲି ଜଣା ପଡ଼ିଛି। କରୋନା ମହାମାରୀ ଆରମ୍ଭରୁ ଥରେ ସ୍ଥିତି ସମୀକ୍ଷା ନେଇ ସର୍ବଦଳୀୟ ବୈଠକ କରାଯାଇଥିବା ବେଳେ ଏହା ହେଉଛି ଦ୍ବିତୀୟ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସଭାରେ ଯୋଗଦେବାର ସମ୍ଭାବନା ରହିଛି।
Latest News Headlinesଦେଶରେ କିଛି ଦିନ ପାଇଁ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେ ଶୀତ ସହ ଅନେକ ସ୍ଥାନରେ ସଂକ୍ରମିିତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ଦିିଲ୍ଲୀ ସମେତ ଅନେକ ସହରରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଦ୍ବିତୀୟ ସର୍ବଦଳୀୟ ବୈଠକ ଡ଼କାଇଛନ୍ତି। ଏହି ବୈଠକରେ ପରିସ୍ଥିତିକୁ କିପରି ନିୟନ୍ତ୍ରଣକୁ ଅଣାଯାଇ ପାରିବ ଏବଂ ପରୀକ୍ଷଣ କରାଯାଉଥିବା କରୋନା ଟିକା ଉପରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି।
Follow Us