ଉଲ୍ଲେଖଯୋଗ୍ୟ,  ଭାରତ ଏବଂ ବ୍ରାଜିଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଜାରି ହୋଇଥିବା ସର୍ବାଧିକ ଶୁଳ୍କ କଟକଣାର ସମ୍ମୁଖୀନ ହୋଇଛନ୍ତି। ଭାରତ ରୁଷ୍‌ଠାରୁ ତୈଳ କିଣିବାକୁ ବିରୋଧ କରି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ନିକଟରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ତେବେ ଭାରତ ଆମେରିକାର ଏହି ଶୁଳ୍କ କଟକଣାକୁ ଭୁଲ୍‌ ଏବଂ ଅଯୌକ୍ତିକ ବୋଲି କହିଛି। ନିକଟରେ ଚୀନ୍‌ର ତିଆନଜିନ୍‌ରେ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକ କରିବାପରେ ଏହି ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।