photo- aajtak
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେ ସକାଳ ୧୦ଟା ୪୫ ମିନିଟ୍ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ବିମାନଯୋଗେ ଝାରସୁଗୁଡାରେ ଓହ୍ଲାଇ ସେଠାରୁ ହେଲିକେପ୍ଟର ଯୋଗେ ସୁନ୍ଦରଗଡ଼ରେ ପହଞ୍ଚିବେ ବୋଲି ଜଣାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଓଡ଼ିଶା ଗସ୍ତ ପୂର୍ବରୁ ଟୁଇଟ୍ କରି ଲେଖିଛନ୍ତି ‘ଓଡିଶାର ସୁନ୍ଦରଗଡ ଓ ସୋନପୁରଠାରେ ଜନସଭାକୁ ସମ୍ବୋଧିତ କରିବି । ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ; ବିଜେପି ରେକର୍ଡ ସଂଖ୍ୟକ ଆସନ ସହ ବିଜୟ ଲାଭ କରିବ, ଲୋକେ ଉଭୟ ବିଜେଡି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବେ।
Follow Us