‘ସିଭିଲ୍‌ ସର୍ଭିସ୍‌’ ପରୀକ୍ଷାରେ ସଫଳ ଓ ବିଫଳ ହୋଇଥିବା ଆଶାୟୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭକାମନା

Advertisment
‘ସିଭିଲ୍‌ ସର୍ଭିସ୍‌’ ପରୀକ୍ଷାରେ ସଫଳ ଓ ବିଫଳ ହୋଇଥିବା ଆଶାୟୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭକାମନା

ନୂଆଦିଲ୍ଲୀ: ‘ସିଭିଲ୍‌ ସର୍ଭିସ୍‌’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ‘ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍’ (ୟୁପିଏସ୍‌ସି) ଆଶାୟୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇବା ସହ ଯେଉଁମାନେ ଅସଫଳ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଖୋଜି ବାହାର କରିବା ଭଳି ନାନାବିଧ ସୁଯୋଗରେ ଭାରତ ପରିପୂର୍ଣ୍ଣ। ସଫଳତାର ସହ ‘ୟୁପିଏସ୍‌ସି’ ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ। ପବ୍ଲିକ୍‌ ସର୍ଭିସ୍‌ରେ ତେଜୋଦ୍ଦୀପ୍ତ ଏବଂ ସନ୍ତୋଷଜନକ କ୍ୟାରିୟର୍‌ ପ୍ରତୀକ୍ଷା କରିଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଦେଶ ଯାତ୍ରାର ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ପ୍ରମୁଖ ପ୍ରଶାସନିକ ଭୂମିକା ନିର୍ବାହ କରିବେ।

publive-image Image Courtesy of India.com

ଯେଉଁ ଯୁବ ବନ୍ଧୁମାନେ ‘ୟୁପିଏସ୍‌ସି’ ପରୀକ୍ଷାରେ ସଫଳ ହୋଇ ପାରିଲେ ନାହିଁ ସେମାନଙ୍କୁ ମୁଁ କହିରଖୁଛି- ଆପଣମାନେ ଖୁବ୍‌ ମେଧାବୀ ବ୍ୟକ୍ତିତ୍ବ। ଆହୁରି ଉଦ୍ୟମ ବାକି ରହିଛି। ଏହା ବ୍ୟତିରେକେ, ଖୋଜି ବାହାର କରିବା ଭଳି ନାନାବିଧ ସୁଯୋଗରେ ଭାରତ ପରିପୂର୍ଣ୍ଣ ହୋଇ ରହିଛି। ଆପଣମାନେ ଯାହା କରିବାକୁ ନିଷ୍ପତ୍ତି ନେବେ ସେଥିପ୍ରତି ମୋର ଆନ୍ତରିକ ଶୁଭେଚ୍ଛା ବୋଲି ସମ୍ପ୍ରତି ଯୁକ୍ତରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି।

publive-image Image Courtesy of NCR News

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ‘ୟୁପିଏସ୍‌ସି’ ଘୋଷଣା କରିଥିବା ‘ସିଭିଲ୍‌ ସର୍ଭିସ୍‌’ ପରୀକ୍ଷା ଫଳରେ ବିହାରର ଶୁଭମ୍‌ କୁମାର ଏବଂ ମଧ୍ୟପ୍ରଦେଶର ଜାଗ୍ରତି ଅୱସ୍ତି ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦେଶର ଅମଲା, କୂଟନୀତିଜ୍ଞ, ପୁଲିସ ଅଧିକାରୀ ଏବଂ ଅନ୍ୟାନ୍ୟ ସିଭିଲ୍‌ ସର୍ଭାଣ୍ଟ୍‌ ଚୟନ ପାଇଁ ପ୍ରତିବର୍ଷ ହେଉଥିବା ଏହି ପରୀକ୍ଷାରେ ଏଥର ୫୪୫ଜଣ ପ୍ରାର୍ଥୀ ଓ ୨୧୬ଜଣ ପ୍ରାର୍ଥିନୀଙ୍କ ସମେତ ପ୍ରାୟ ୭୧୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe