Image Courtesy of Zee News
ନୂଆଦିଲ୍ଲୀ: ଆଜି ୫୦ତମ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ଦକ୍ଷ ନେତୃତ୍ବରେ ରାଜ୍ୟ ବିକାଶର ନୂତନ ଉତୁଙ୍ଗରେ ପହଞ୍ଚିଛି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଉତ୍ତର ପ୍ରଦେଶର ଟାଣୁଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀଙ୍କୁ ଜନ୍ମଦିନ ଅଭିନନ୍ଦନ। ତାଙ୍କର ଦକ୍ଷ ନେତୃତ୍ବରେ ରାଜ୍ୟ ପ୍ରଗତିର ନୂତନ ଉତୁଙ୍ଗରେ ପହଞ୍ଚିଛି। ରାଜ୍ୟବାସୀଙ୍କ ପାଇଁ ସେ ଲୋକାଭିମୁଖୀ ଶାସନ ସୁନିଶ୍ଚିତ କରିଛନ୍ତି। ଜନସେବା ନିମନ୍ତେ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।
ଗୋରଖପୁରରୁ ୫ଥର ସାସଂଦ ହୋଇଥିବା ଆଦିତ୍ୟନାଥ ୨୦୧୭ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ରାଜନୀତି କ୍ଷେତ୍ରରେ ଅନେକ ବାଧାବିଘ୍ନ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ବିଜେପି ନେତୃତ୍ବ ତାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା।
Image Courtesy of NDTVତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ବିଜେପି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ଅପେକ୍ଷା ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଥିଲା ଜଣେ କଠୋର ଶାସକ ହୋଇଥିଲେ ବି ତାଙ୍କର ଚିନ୍ତାଧାରା ସକାରାତ୍ମକ ବୋଲି ବିବେଚନା କରାଯାଏ।
ସେହିପରି, ଚାରିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇ ଗୋରଖପୁରରେ ଅବସ୍ଥାନ କରିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍ରେ ସେ ଆଦିତ୍ୟନାଥଙ୍କ ସହ ଉତ୍ତୋଳିତ ଏକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜନଦିନ ଶୁଭେଚ୍ଛା ଜଣାଇଛନ୍ତି।
Follow Us