ପରିବାରର ମହିଳା ସଦସ୍ୟଙ୍କ ନାଁରେ ରହିବ ପିଏମ୍‌ଏଓ୍ଵାଇ ଘରର ମାଲିକାନା

Advertisment
ପରିବାରର ମହିଳା ସଦସ୍ୟଙ୍କ ନାଁରେ ରହିବ ପିଏମ୍‌ଏଓ୍ଵାଇ ଘରର ମାଲିକାନା

Image Courtesy of TOI

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘରର ମାଲିକାନା ଏବେ ପରିବାରର ମହିଳା ସଦସ୍ୟାଙ୍କ ନାଁ’ରେ ରହିବା ବାଧ୍ୟତାମୂଳକ ହେବ ବୋଲି ସରକାର ସ୍ଥିର କରିଛନ୍ତି।

ବୁଧବାର ଦିନ ଏ କଥା ନିଶ୍ଚିତ କରି କହିଛନ୍ତି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସେ କହିଛନ୍ତି: ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟନ କରାଯାଉଥିବା ଗୃହର ମାଲିକାନା କେବଳ ପରିବାରର ମହିଳା ସଦସ୍ୟାଙ୍କୁ ଦିଆଯିବ। ମହିଳାଙ୍କୁ ସଶକ୍ତ କରିବା ନିମନ୍ତେ ଏହା ଅନ୍ୟ ଏକ ଉପାୟ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୩୭. ୫ ଲକ୍ଷ ଗୃହ ନିର୍ମାଣ ପାଇଁ ଇତି ମଧ୍ୟରେ ଅନୁମୋଦନ ଦେଇ ସାରିଛନ୍ତି। ଡିସେମ୍ବର ୨୦୧୭ ସୁଦ୍ଧା ୫.୫ ଲକ୍ଷ ଗୃହ ନିର୍ମାଣ ପାଇଁ ସରକାର ଅନୁମୋଦନ ଦିଆ ସରିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ୧୨ ଲକ୍ଷ ଘର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନାରେ, କ୍ରେତାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ରିହାତି ଦିଅନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବେ ଓ ବିଲ୍‌ଡର୍‌ମାନେ ଗୃହ ନିର୍ମାଣ କରିବେ।

ପୁରୀ କହିଛନ୍ତି ଯେ ଘର ପାଇଁ ଲୋକମାନଙ୍କର ଖୁବ୍‌ ଚାହିଦା ଥିବାରୁ ଏହି ଯୋଜନାର ଗୁରୁତ୍ୱ ବଢୁଛି। ବହୁ ଲୋକ ଗ୍ରାମାଞ୍ଚଳରୁ ଉଠି ଆସି ସହରାଞ୍ଚଳରେ ରହୁଥିବାରୁ ଏଭଳି ଚାହିଦା ଦେଖା ଦେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ସହରମାନଙ୍କର ଗଢ଼ି ଉଠୁଥିବା ବେଆଇନ କଲୋନି ସମସ୍ୟାର ମଧ୍ୟ ସମାଧାନ ହୋଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe