ପିଏମ୍‌ଏଲ୍‌ଏ: ସୁପ୍ରିମ୍‌କୋର୍ଟ ରାୟର ପୁନଃ ସମୀକ୍ଷା ପାଇଁ ୧୭ଟି ବିରୋଧୀ ଦଳର ଦାବି

Advertisment

ଅଧିକ ତର୍ଜମା କରିବା ପାଇଁ ମିଳିତ ବିବୃତି ଜାରି କଲେ

ଅଧିକ ତର୍ଜମା କରିବା ପାଇଁ ମିଳିତ ବିବୃତି ଜାରି କଲେ

ପିଏମ୍‌ଏଲ୍‌ଏ: ସୁପ୍ରିମ୍‌କୋର୍ଟ ରାୟର ପୁନଃ ସମୀକ୍ଷା ପାଇଁ ୧୭ଟି ବିରୋଧୀ ଦଳର ଦାବି

ନୂଆଦିଲ୍ଲୀ: ମନିଲଣ୍ଡରିଂ (ଅର୍ଥ ହେରଫେର) ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ)ରେ ରହିଥିବା କଡ଼ା ପ୍ରାବଧାନଗୁଡ଼ିକର ସାମ୍ବିଧାନିକ ବୈଧତା ସପକ୍ଷରେ ଜୁଲାଇ ୨୭ରେ ସୁପ୍ରିମ୍‌କୋର୍ଟ ରାୟ ପ୍ରକାଶ କରିଥିବାରୁ ଏହା ଉପରେ ଅନ୍ୟୂନ ୧୭ଟି ବିରୋଧୀ ଦଳ ଓ ସ୍ବାଧୀନ ସାଂସଦ କପିଲ ସିବଲ ଏକ ମିଳିତ ବିବୃତି ଜରିଆରେ ନୈରାଶ୍ୟ ପ୍ରକାଶ କରିଛନ୍ତି। ସେମାନେ ଏହି ରାୟର ପୁନଃ ସମୀକ୍ଷା ପାଇଁ ଦାବି କରି ଏଭଳି ବିବୃତି ଜାରି କରିଛନ୍ତି। ଏହି ବିବୃତିରେ ସ୍ବାକ୍ଷରକାରୀମାନେ ପ୍ରଥମେ ସର୍ବୋଚ୍ଚ ଅଦାଲତଙ୍କ ପ୍ରତି ସେମାନଙ୍କର ସମ୍ମାନ ଅଛି ବୋଲି କହିଛନ୍ତି। କିନ୍ତୁ ତିନିଜଣିଆ ବେଞ୍ଚ ରାୟ ପ୍ରକାଶ କରିବା ପୂର୍ବରୁ ଉକ୍ତ ଆଇନର ସାମ୍ବିଧାନିକ ବୈଧତା ପରୀକ୍ଷା କରିବା ପାଇଁ ଏକ ବୃହତ୍ତର ଖଣ୍ଡପୀଠର ରାୟକୁ ଅପେକ୍ଷା କରିବା ଦରକାର ଥିଲା ବୋଲି ସେମାନେ ମତ ଦେଇଛନ୍ତି।

ଅଗଷ୍ଟ ୨ରେ ସ୍ବାକ୍ଷରିତ ଉକ୍ତ ବିବୃତିରେ ଲେଖାଯାଇଛି- ଆମେ ଆଶା କରୁଛୁ, ସୁପ୍ରିମ୍‌କୋର୍ଟଙ୍କ ଉକ୍ତ ରାୟର ସୁଦୂରପ୍ରସାରୀ ପ୍ରଭାବ ରହିବ। ପିଏମ୍‌ଏଲ୍‌ଏ ୨୦୦୨ର କେତେକ ସଂଶୋଧନକୁ ଆର୍ଥିକ ଆଇନ ଆକାରରେ କାର୍ଯ୍ୟକାରୀ କରାଯାଇପାରିବ କି ନାହିଁ ତାହା ପରୀକ୍ଷା କରି ଦେଖିବାର ଆବଶ୍ୟକତା ଥିଲା। ବିରୋଧୀ ଦଳଙ୍କ ଉପରେ ବିଜେପି ପ୍ରତିଶୋଧମୂଳକ ରାଜନୀତି ଚଳାଇଛି ବୋଲି ସେମାନେ କହିଛନ୍ତି। ଏପରି ସମୟରେ ଉକ୍ତ ସୁଦୂରପ୍ରସାରୀ ପ୍ରଭାବଯୁକ୍ତ ସଂଶୋଧନଗୁଡ଼ିକ ସରକାରଙ୍କ ହାତମୁଠାକୁ ଆହୁରି ଟାଣ କରିବ। କିଛିଦିନ ହେଲା କଂଗ୍ରେସର ସୋନିଆ ଓ ରାହୁଲ ଗାନ୍ଧି, ଶିବସେନାର ସଞ୍ଜୟ ରାଉତ ଓ ତୃଣମୂଳ କଂଗ୍ରେସର ପାର୍ଥ ଚାଟାର୍ଜୀଙ୍କ ସମେତ ବିରୋଧୀ ଦଳର ବହୁ ନେତା ବିଭିନ୍ନ ମାମଲା‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଜେରା ବା ଗିରଫର ସମ୍ମୁଖୀନ ହୋଇଛନ୍ତି। ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe