ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ କେସିଆର୍‌, ଜଗନ ରେଡ୍ଡି ଓ କମଲ ହସନଙ୍କ ବ୍ୟତୀତ ଏହି ସବୁ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ ଉପସ୍ଥିତ ରହିପାରନ୍ତି

Advertisment
ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ କେସିଆର୍‌, ଜଗନ ରେଡ୍ଡି ଓ କମଲ ହସନଙ୍କ ବ୍ୟତୀତ ଏହି ସବୁ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ ଉପସ୍ଥିତ ରହିପାରନ୍ତି

(Photo Credit: File)

ନୂଆଦିଲ୍ଲୀ: ଆଗାମୀ ୩୦ ତାରିଖରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେବା ପାଇଁ ମୋଦୀ ଆନୁଷ୍ଠାନିକ ଭାବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିବା ଜଗନ ମୋହନ ରେଡ୍ଡି ଓ ଅଭିନେତାରୁ  ରାଜନେତା ବନିଥିବା କମଲ ହସନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଏହି ଭବ୍ୟ ସମାରୋହ  ବିଜେପି ପାଇଁ ଏକ ଗୁୁରୁତ୍ୱପୂର୍ଣ୍ଣ ଉତ୍ସବ ହୋଇଥିବାରୁ ଦେଶର ସମସ୍ତ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସୂଚନା ରହିଛି।

କେବଳ ଜାତୀୟ ସ୍ତରରେ ନୁହେଁ ଅନ୍ତର୍ଜାତୀୟସ୍ତରର କିଛି ପ୍ରଭାବଶାଳୀ ରାଜନେତା ଓ ବ୍ୟକ୍ତିତ୍ୱ ବି ନିମନ୍ତ୍ରିତ ହୋଇପାରନ୍ତି ମୋଦୀଙ୍କ ଶପଥ ପାଠ ଉତ୍ସବକୁ। ଶ୍ରୀଲଙ୍କା ରାଷ୍ଟ୍ରପତି ଏମ୍. ସିରିସେନାଙ୍କୁ ନିମନ୍ତ୍ରଣ ପଠାସରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନାତାନ୍ୟାହୁ, ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକସେ, ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି, ମାଳାଦୀପ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲି ଆଦି ଉପସ୍ଥିତ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe