Jagran
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପାଇଁ ନିର୍ମାଣାଧୀନ ନୂତନ ଭବନର ନାମ ‘ସେବାତୀର୍ଥ’ ରଖାଯାଇଛି ବୋଲି କେନ୍ଦ୍ର ସରକାର ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ ଅଧୀନସ୍ଥ ଏହି କଂପ୍ଲେକ୍ସ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନାମକରଣ ଔପନିବେଶିକ ଅବଶେଷରୁ ମୁକ୍ତିର ଅନ୍ତିମ ପର୍ଯ୍ୟାୟ ବୋଲି ବିବେଚନା କରାଯାଉଛି।
Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...
ଏହା ପୂର୍ବରୁ ଘୋଷିତ ନାମ ପରିବର୍ତ୍ତନ ସହ ଆଜିର ନିଷ୍ପତ୍ତି ସମ୍ପୂର୍ଣ୍ଣ ସଂଗତି ରଖୁଛି। ପୂର୍ବରୁ କେନ୍ଦ୍ରୀୟ ସଚିବାଳୟକୁ ‘କର୍ତ୍ତବ୍ୟ ଭବନ’ ଓ ଦେଶବ୍ୟାପୀ ସମସ୍ତ ରାଜଭବନ ‘ଲୋକଭବନ’ ନାମରେ ପରିଚିତ ହେବ ବୋଲି ଘୋଷଣା ସରିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ‘ସେବା ତୀର୍ଥ’ ନାମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦିତ ହୋଇଛି।
Follow Us