ଆଜି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦୀ

Advertisment

ରୁଷ୍‌ର କାଜାନ ସହରରେ ଚାଲିଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ।

ରୁଷ୍‌ର କାଜାନ ସହରରେ ଚାଲିଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ।

modi

ନୂଆଦିଲ୍ଲୀ: ରୁଷ୍‌ର କାଜାନ ସହରରେ ଚାଲିଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ।

ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ହେବ।  ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି)ରେ ଚାରି ବର୍ଷର ସାମରିକ ବିବାଦ ପରେ ପ୍ରଥମ ଥର ପାଇଁ କଥା ହେ‌ବେ ମୋଦୀ ଓ ଜିନପିଙ୍ଗ।

ମଙ୍ଗଳବାର ରାତିରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଆୟୋଜିତ ଏକ ଆନୁଷ୍ଠାନିକ ରାତ୍ରୀ ଭୋଜନରେ ବ୍ରିକ୍ସର ସମ୍ମିଳନୀର ସମସ୍ତ ତଥା ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

କାଜାନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ‌ବୈଦେଶିକ ସଚିବ ବିକ୍ରମ ମିଶ୍ରି ନିଶ୍ଚିତ କରିଛନ୍ତି ଯେ ଦୁଇ ଦିନିଆ ଶିଖର ସମ୍ମିଳନୀରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ହେବ। ସେ କିନ୍ତୁ ସଭା କେଉଁ ସମୟରେ ହେବ ସେ ବିଷୟରେ ଉଲ୍ଲେଖ କରିନାହାଁନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ଗସ୍ତରେ ଯାଇଛନ୍ତି। କାଜାନ ସହରରେ ହେବାକୁ ଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦୀ ରୁଷ୍‌ ଯାଇଛନ୍ତି।

 ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି , ‘ ଷ୍ଟ୍ରେନ୍‌ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍‌ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍‌ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହାଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ। ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ବୋଲି ସୂଚନା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe