ପ୍ରଧାନମନ୍ତ୍ରୀଙ୍କ ଭାଇ ଘଣ୍ଟାଏ ଧାରଣାରେ ବସିଲେ

Advertisment
ପ୍ରଧାନମନ୍ତ୍ରୀଙ୍କ ଭାଇ ଘଣ୍ଟାଏ ଧାରଣାରେ ବସିଲେ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀ ଜୟପୁର ଯିବାବେଳେ ସୁରକ୍ଷାକର୍ମୀଙ୍କ ପାଇଁ ଅଲଗା ଗାଡ଼ି ଦାବିକରି ଏକ ଘଣ୍ଟା ଧାରଣାରେ ବସିଥିବା ଜଣାପଡିଛି। ଜୟପୁର-ଅଜମେର୍‌ ଜାତୀୟ ରାଜପଥରେ ଥିବା ବର୍ଗୁ ପୁଲିସ୍‌ ଥାନା ଆଗରେ ମଙ୍ଗଳବାର ପ୍ରହଲ୍ଲାଦ ଧାରଣାରେ ବସିଥିଲେ। ତେବେ ଜୟପୁର ପୁଲିସ୍‌ କମିସନର୍‌ ଆନନ୍ଦ ଶ୍ରୀବାସ୍ତବ ସେଠାରେ ପହଁଚି ତାଙ୍କୁ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ। ନିୟମ ଅନୁଯାୟୀ, ସୁରକ୍ଷା ଯୋଗାଇ ଦିଆଯାଉଥିବା ବ୍ୟକ୍ତିଙ୍କ ଗାଡିରେ ହିଁ ସୁରକ୍ଷାକର୍ମୀ ରହବେ। ଶ୍ରୀବାସ୍ତବଙ୍କୁ ଏହା ବୁଝାଇବା ପରେ ପ୍ରହଲ୍ଲାଦ ତାଙ୍କ ଗାଡିରେ ୨ଜଣ ସୁରକ୍ଷାକର୍ମୀଙ୍କୁ ନେବାକୁ ରାଜି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe