ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’: ବିପର୍ଯ୍ୟୟ ମୁକାବିଲାରେ ସୁରକ୍ଷା ବାହିନୀର ଭୂମିକାକୁ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୧୨୫ତମ ଅଧ୍ୟାୟରେ ପ୍ରାକୃତିକ ବିପର୍ଯ୍ୟୟଜନିତ ଭୂସ୍ଖଳନ ଓ ବନ୍ୟାରେ ହେଉଥିବା କ୍ଷୟକ୍ଷତି ଉପରେ ଚିନ୍ତା ପ୍ରକଟ କରିଛନ୍ତି।

hsfhfhhf

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୧୨୫ତମ ଅଧ୍ୟାୟରେ ପ୍ରାକୃତିକ ବିପର୍ଯ୍ୟୟଜନିତ ଭୂସ୍ଖଳନ ଓ ବନ୍ୟାରେ ହେଉଥିବା କ୍ଷୟକ୍ଷତି ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଦେଶବାସୀଙ୍କୁ ପୀଡ଼ା ଦେଉଛି ବୋଲି ସେ କହିଛନ୍ତି। ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫ, ସେନା, ବାୟୁସେନା, ନୌସେନା, ଡାକ୍ତର ଓ ସାମାଜିକ ସଂଗଠନମାନଙ୍କର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକମାନେ ଏକଜୁଟ ହୋଇ ପରସ୍ପରକୁ ସାହାଯ୍ୟ କରିବା ଦେଶର ଐକ୍ୟବଦ୍ଧ ମନୋବଳକୁ ଦର୍ଶାଉଛି ଏବଂ ସୁରକ୍ଷା ବାହିନୀ ଅତ୍ୟନ୍ତ ସାହସ ଓ ନିଷ୍ଠାର ସହ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯୁବବର୍ଗଙ୍କ ପାଇଁ ଏକ ନୂତନ ଉଦ୍ୟମ, ପ୍ରତିଭା ସେତୁ ପୋର୍ଟାଲର ଉଦ୍‌ଘାଟନ ବିଷୟରେ ପ୍ରଧାନମନ୍ତ୍ରୀ ମନ୍‌ କୀ ବାତ୍‌ରେ ଉଲ୍ଲେଖ କରିଛନ୍ତି। ଏହି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଯେଉଁ ଯୁବକମାନେ ୟୁପିଏସ୍‌ସି ପରୀକ୍ଷାରେ ଚୂଡାନ୍ତ ତାଲିକାରେ ସ୍ଥାନ ପାଇପାରି ନାହାଁନ୍ତି, ସେମାନଙ୍କୁ ବେସରକାରୀ କମ୍ପାନିଗୁଡିକରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ। ଏହା ଦେଶର ଯୁବଶକ୍ତିଙ୍କ ପ୍ରତିଭାକୁ ସଠିକ୍ ଭାବେ ବ୍ୟବହାର କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।    

ପ୍ରଧାନମନ୍ତ୍ରୀ ଓଡ଼ିଶାର ରସ୍ମିତା ସାହୁଙ୍କ ସହ ଆଲୋଚନା କରି ତାଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି। ରସ୍ମିତା ‘ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବ’ରେ ଅଂଶଗ୍ରହଣ କରି ନିଜର କୌଶଳ ପ୍ରଦର୍ଶନ କରିଛନ୍ତି। ତାଙ୍କର ଏହି ଉଦ୍ୟମ ଓଡ଼ିଶାର ଯୁବବର୍ଗଙ୍କୁ କ୍ରୀଡା କ୍ଷେତ୍ରରେ ଆଗେଇ ଯିବାକୁ ପ୍ରେରଣା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀନଗରର ମୋସିନ୍ ଅଲୀଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି। ମୋସିନ୍ ମଧ୍ୟ ‘ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା’ରେ ଭାଗ ନେଇ ଜମ୍ମୁ ଓ କାଶ୍ମୀରରେ କ୍ରୀଡ଼ାର ପ୍ରଚାର ପାଇଁ ସହାୟକ ହୋଇଛନ୍ତି। ତାଙ୍କର ଏହି ପ୍ରୟାସ ଅଞ୍ଚଳର ଯୁବବର୍ଗ ପାଇଁ କ୍ରୀଡ଼ା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ରାଜସ୍ଥାନରେ ଲିଚୁ ଚାଷରେ ଜିତେନ୍ଦ୍ର ସିଂହ ରାଠୋର ହାସଲ କରିଥିବା ସଫଳତା ପାଇଁ ମୋଦୀ ପ୍ରଶଂସା କରିଛନ୍ତି। ଏହା ଦେଶରେ କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଉତ୍ତର ପ୍ରଦେଶର ସୌର ଦିଦି ଦେବକୀଙ୍କ ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସୌର ଶକ୍ତି କ୍ଷେତ୍ରରେ ତାଙ୍କର କାର୍ଯ୍ୟ ମହିଳା ସଶକ୍ତିକରଣ ଓ ପରିବେଶ ସଂରକ୍ଷଣରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। 
ପ୍ରଧାନମନ୍ତ୍ରୀ ଆଜି ମନ୍‌ କୀ ବାତ୍‌ରେ ହାଇଦ୍ରାବାଦ ମୁକ୍ତି ଦିବସ ଉପରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ଦେଶର ଐତିହାସିକ ଘଟଣାବଳୀକୁ ସ୍ମରଣ କରାଉଛି। ଏହା ଦେଶବାସୀଙ୍କୁ ଇତିହାସ ପ୍ରତି ସଚେତନ କରାଇବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe