କାହିଁକି ଉଦ୍ଧବ ଠାକରେଙ୍କ ଗାଡ଼ିରୁ ପୁଅ ଆଦିତ୍ୟଙ୍କୁ ଓହ୍ଲାଇଦେଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ?

କାହିଁକି ଉଦ୍ଧବ ଠାକରେଙ୍କ ଗାଡ଼ିରୁ ପୁଅ ଆଦିତ୍ୟଙ୍କୁ ଓହ୍ଲାଇଦେଲେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ?

ନୂଆଦିଲ୍ଲୀ: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ଆଜି ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେ। ହେଲେ ବିମାନବନ୍ଦରରେ ପହଞ୍ଚିବା ପରେ ଆଦିତ୍ୟ ଠାକରେଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବାର ସୁଯୋଗ ଦିଆଯାଇନଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ ଦିଆଯାଇଥିବା ଭିଆଇପିଙ୍କ ସୂଚୀରେ ଆଦିତ୍ୟ ଠାକରେଙ୍କ ନାଁ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସ୍ୱତନ୍ତ୍ର ସୁରକ୍ଷା ବାହିନୀ (ଏସପିଜି)  ତାଙ୍କୁ ଉଦ୍ଧବ ଠାକରେଙ୍କ ଗାଡ଼ିରୁ ଓହ୍ଲାଇ ଯିବାକୁ କହିଥିଲେ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏହି ନିଷ୍ପତ୍ତିରେ ଉଦ୍ଧବ ଠାକରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ପୁଅ ଆଦିତ୍ୟ ଠାକରେଙ୍କୁ ଯିବା ପାଇଁ ଅନୁମତି ଦେବା ପାଇଁ ଏସପିଜିକୁ କହିଥିଲେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୁରକ୍ଷା କର୍ମୀଙ୍କୁ କହିଥିଲେ ଯେ ଆଦିତ୍ୟ ଠ‌ାକରେ କେବଳ ତାଙ୍କ ପୁଅ ନୁହଁନ୍ତି ସରକାରୀ କ୍ୟାବିନେଟ ମନ୍ତ୍ରୀ ମଧ୍ୟ, ଯିଏ ସରକାରୀ ପ୍ରୋଟୋକଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବାକୁ ଆସିପାରିବେ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ଭାବେ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଅଟକାଯିବା ନେଇ ଦୃଢ଼ ଅସନ୍ତୋଷ ପ୍ରକାଶ କରିବା ପରେ ଶେଷରେ ଆଦିତ୍ୟ ଠାକରେଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅନୁମତି ଦିଆଯାଇଥିଲା।

राज्यसभा में शिवसेना को झटके के बाद PM मोदी संग मंच साझा करेंगे उद्धव ठाकरे

ତେବେ ସବୁଠାରୁ ବଡ଼ କଥା ହେଉଛି ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଆଜି ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ମୋଦୀଙ୍କ ସହ ବସିଛନ୍ତି ଉଦ୍ଧବ ଠାକରେ। ମେଣ୍ଟ ଭାଙ୍ଗି ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ଏନସିପି ଓ କଂଗ୍ରେସ ସହ ଶିବସେନା ହାତ ମିଶାଇବା ପରେ ବିଜେପି ସହ ଶିବସେନାର ସମ୍ପର୍କ ତିକ୍ତ ହୋଇଥିଲା। ସେବେଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ବିଜେପିକୁ କଟାକ୍ଷ କରିଥିବା ଦେଖାଯାଇଛି। ଚଳିତ ବର୍ଷ ଏପ୍ରିଲ୍ ୨୫ରେ, ଉଦ୍ଧବ ଠାକରେ ମୁମ୍ବାଇରେ ଏକ ଇଭେଣ୍ଟରେ ଯୋଗ ଦେଇନଥିଲେ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଥମ ଲତା ମଙ୍ଗେଶକର ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe