ପିଏନ୍‌ବି ଠକେଇ ମାମଲା: ବିଭିନ୍ନ ସହରରେ ଥିବା ନିରବ ମୋଦି ସୋ’ରୁମ୍‌ରେ ଚଢ଼ଉ କଲା ଇଡି

Advertisment
ପିଏନ୍‌ବି ଠକେଇ ମାମଲା: ବିଭିନ୍ନ ସହରରେ ଥିବା ନିରବ ମୋଦି ସୋ’ରୁମ୍‌ରେ ଚଢ଼ଉ କଲା ଇଡି

Image Courtesy of Deccan Chronicle

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟର ଟିମ୍‌ ବିଭିନ୍ନ ସହରରେ ଥିବା ନିରବ ମୋଦିଙ୍କ ସୋ’ରୁମ୍‌ ଏବଂ ଅଫିସ୍‌ରେ ଚଢ଼ଉ କରିଛି। ୧୧, ୩୪୬ କୋଟି ଠକେଇ ମାମଲାର ମୁଖ୍ୟ ବିଲିୟନେୟାର୍‌ ହୀରା ଗହଣା ବ୍ୟବସାୟୀ ନିରବ ମୋଦି ଏବଂ ଅନ୍ୟାନ୍ୟ ଉଧାରକାରୀଙ୍କ ଉପରେ ମଧ୍ୟ ଚଢ଼ଉ କରାଯାଇଥିବା ଅନୁମାନ କରାଯାଉଛି।

ଗୁରୁବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ସୁରତରେ ୩ଟି, ମୁମ୍ବାଇରେ ୪ଟି ଏବଂ ଦିଲ୍ଲୀରେ ୨ଟି ସ୍ଥାନରେ ଚଢ଼ଉ କରିଛି।
ନିରବ ମୋଦି ଏବଂ ଅନ୍ୟାନ୍ୟ କମ୍ପାନିଙ୍କ ବିରୋଧରେ ଦେଶର ଦ୍ୱିତୀୟ ବୃହତ୍ତମ ପବ୍‌ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ୍‌ ବୁଧବାର ଦିନ ସିବିଆଇ ଅଭିଯୋଗ କରିଥିଲା।

ବ୍ୟାଙ୍କ ଅଭିଯୋଗ କରିଛି କି, ମୋଦି ଏବଂ ତାଙ୍କ ସହଯୋଗୀ କମ୍ପାନି ସବୁ ଚଞ୍ଚକତାର ସହ ପିଏନ୍‌ବିର ୧. ୭ ବିଲିୟନ୍‌ ଡଲାର୍‌ ଗ୍ୟାରେଣ୍ଟିକୁ ହାତେଇ ନେଇଥିଲେ। ପରେ ତାକୁ ଉପଯୋଗ କରି ଦରିଆପାରି ଲୋନ୍‌ ଆଣୁଥିଲେ। ଚିଠି ପାଇବାକୁ ମୋଦି ପିଏନ୍‌ବିର କିଛି କନିଷ୍ଠ ଅଧିକାରୀଙ୍କସହ କାମ କରିଛନ୍ତି।

୨୦୧୧ରୁ ଦୁର୍ନୀତି ଆରମ୍ଭ ହୋଇଛି।

ଅନ୍ୟ ଋଣଗ୍ରହୀତାମାନଙ୍କ ନାମ ପିଏନ୍‌ବି ପ୍ରକାଶ କରି ନ ଥିଲେ ମଧ୍ୟ ପିଏନ୍‌ବି ଜାରି କରିଥିବା ଅଙ୍ଗୀକାର ପତ୍ର ଆଧାରେ ୟୁନିୟନ୍‌ ବ୍ୟାଙ୍କ୍‌, ଆହ୍ଲାବାଦ ବ୍ୟାଙ୍କ୍‌ ଏବଂ ଏକ୍ସିସ୍‌ ବ୍ୟାଙ୍କ୍‌ ତାଙ୍କୁ ଅର୍ଥ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe